ଗୁଡ଼ି ଉଡ଼ାକୁ କେନ୍ଦ୍ର କରି ହତ୍ୟାକାଣ୍ଡ

ବାଲେଶ୍ୱର: ଗୁଡ଼ି ଉଡ଼ାକୁ କେନ୍ଦ୍ର କରି ଆଜି ବାଲେଶ୍ୱର ଜିଲ୍ଲା ଚାନ୍ଦିପୁର ଥାନା ଅନ୍ତର୍ଗତ ତପସି ଗାଁରେ ଘଟି ଯାଇଛି ଏକ ହତ୍ୟାକାଣ୍ଡ। ମୃତ ଯୁବକଙ୍କ ନାଁ ନିରଞ୍ଜନ ବେହେରା। ଅପରାହ୍ନ ପ୍ରାୟ ସାଢ଼େ ୪ଟା ବେଳେ ନିରଞ୍ଜନ ଗୁଡ଼ାଉ ଥିଲେ। ସେ ବାଦଲ ନାମକ ଜଣେ ଯୁବକଙ୍କ ଗୁଡ଼ି କାଟି ଦେଇଥିଲେ। ଏଥିରେ ଉତ୍‌କ୍ଷିପ୍ତ ହୋଇ ବାଦଲ ତାଙ୍କୁ ଏକ ଛୁରୀରେ ଆକ୍ରମଣ କରିଥିଲା। ଛୁରୀଟି ତାଙ୍କ ଛାତିରେ ପଶି ଯାଇଥିଲା। ବିରଞ୍ଜନଙ୍କୁ ଗୁରୁତର ଅବସ୍ଥାରେ […]

kitemuder

Rakesh Mallick
  • Published: Sunday, 15 January 2017
  • , Updated: 15 January 2017, 10:35 PM IST

ବାଲେଶ୍ୱର: ଗୁଡ଼ି ଉଡ଼ାକୁ କେନ୍ଦ୍ର କରି ଆଜି ବାଲେଶ୍ୱର ଜିଲ୍ଲା ଚାନ୍ଦିପୁର ଥାନା ଅନ୍ତର୍ଗତ ତପସି ଗାଁରେ ଘଟି ଯାଇଛି ଏକ ହତ୍ୟାକାଣ୍ଡ। ମୃତ ଯୁବକଙ୍କ ନାଁ ନିରଞ୍ଜନ ବେହେରା।

ଅପରାହ୍ନ ପ୍ରାୟ ସାଢ଼େ ୪ଟା ବେଳେ ନିରଞ୍ଜନ ଗୁଡ଼ାଉ ଥିଲେ। ସେ ବାଦଲ ନାମକ ଜଣେ ଯୁବକଙ୍କ ଗୁଡ଼ି କାଟି ଦେଇଥିଲେ। ଏଥିରେ ଉତ୍‌କ୍ଷିପ୍ତ ହୋଇ ବାଦଲ ତାଙ୍କୁ ଏକ ଛୁରୀରେ ଆକ୍ରମଣ କରିଥିଲା। ଛୁରୀଟି ତାଙ୍କ ଛାତିରେ ପଶି ଯାଇଥିଲା। ବିରଞ୍ଜନଙ୍କୁ ଗୁରୁତର ଅବସ୍ଥାରେ ବାଲେଶ୍ୱର ମେଡିକାଲ୍‌କୁ ଅଣାଯାଇଥିଲା। ତେବେ ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ।

ଖୁବ୍‌ଶୀଘ୍ର ଅଭିଯୁକ୍ତକୁ ଧରାଯିବ ବୋଲି ଟାଉନ୍ ଥାନା ଅଧିକାରୀ ଦିଲ୍ଲୀପ ସାହୁ କହିଛନ୍ତି।

 

Related story