ବାଲେଶ୍ୱର: ବ୍ୟବସାୟୀଙ୍କଠାରୁ ୩ ଲକ୍ଷ ଟଙ୍କା ଲୁଟ୍

ବାଲେଶ୍ୱର: ବାଲେଶ୍ୱର ଜିଲ୍ଲା ଖଇରା ଥାନା ନହଙ୍ଗା କଲେଜ ଆଗରୁ ଆଜି ମାରଣାସ୍ତ୍ର ଦେଖାଇ ଜଣେ ବ୍ୟବସାୟୀଙ୍କଠାରୁ ଦୁର୍ବୃତ୍ତମାନେ ୩ ଲକ୍ଷ ଟଙ୍କା ଲୁଟି ନେଇଥିବା ଅଭିଯୋଗ ହୋଇଛି। ଲୁଟ୍‌ କରିଥିବା ୩ ଜଣ ଦୁର୍ବୃତ୍ତଙ୍କ ମଧ୍ୟରୁ ଜଣକୁ କାବୁ କରି ସ୍ଥାନୀୟ ଲୋକେ ପୋଲିସ୍ ଜିମା ଦେଇଥିଲେ ମଧ୍ୟ ଲୁଟ ଟଙ୍କା ଉଦ୍ଧାର ହୋଇ ନ ଥିବା ଜଣାପଡ଼ିଛି।  ପୋଲିସ୍ ଏ ନେଇ  ତଦନ୍ତ ଜାରି ରଖିଛି।