ବାଲେଶ୍ୱର: ଦୁର୍ଦ୍ଦାନ୍ତ ଅପରାଧୀ ସୁଶାନ୍ତ ଦାସ ହତ୍ୟା ଘଟଣାରେ ୩ ଅଭିଯୁକ୍ତ ଗିରଫ

ବାଲେଶ୍ୱର: ଦୁର୍ଦ୍ଦାନ୍ତ ଅପରାଧୀ ସୁଶାନ୍ତ ଦାସ ଓରଫ ଖାସୁଆ ହତ୍ୟା ଘଟଣାରେ ୩ଜଣ ଅଭିଯୁକ୍ତଙ୍କୁ ବାଲେଶ୍ୱର ପୋଲିସ ଗିରଫ କରି କୋର୍ଟ ଚାଲାଣ କରିଛି। ସେମାନେ ହେଲେ ସ୍ୱୟଂରଞ୍ଜନ ଦାସ, ସୁବ୍ରତ କୁମାର ଓ ସୁରଜ ବାହାଦୁର। ଏହି ଘଟଣାରେ ପ୍ରାୟ ୪୦ରୁ ଅଧିକ ଅଭିଯୁକ୍ତ ସଂପୃକ୍ତ ଥିବା ଜଣାପଡ଼ିଛି।

ଗତ ବୁଧବାର ସନ୍ଧ୍ୟାରେ ଖାସୁଆ ବାଲେଶ୍ୱର କଲେଜ ଆଗରେ  ହତ୍ୟା କରାଯାଇଥିଲା। ତା ନାଁରେ ଭଦ୍ରକ, ବାଲେଶ୍ୱର, ମୟୂରଭଞ୍ଜ ଓ ଯାଜପୁର ଜିଲ୍ଲାରେ ଏକାଧିକ ଅପରାଧିକ ମାମଲା ରହିଛି।