ବାଲେଶ୍ୱର: କମ୍ପ୍ୟୁଟର ଶିକ୍ଷା କେନ୍ଦ୍ରରେ ଯୌନ ଶୋଷଣ ଦିଆଯାଉଥିବା ଅଭିଯୋଗ ହୋଇଛି। କମ୍ପ୍ୟୁଟର ଇନଷ୍ଟିଚ୍ୟୁଟର ପରିଚାଳକ, ଛାତ୍ରୀଙ୍କ ସହ ସମ୍ପର୍କ ରଖି ବ୍ଲାକମେଲ୍ କରିବା ଏବଂ ଏସବୁ ଦୃଶ୍ୟକୁ ମୋବାଇଲରେ ଛାଡିବା ପରେ ଭଦ୍ରକ ବାସୁଦେବପୁରରେ ଉତ୍ତେଜନା ଦେଖାଦେଇଛି। ଛାତ୍ରଛାତ୍ରୀମାନେ ଆଜି ବିଆଇଆଇଟି ନାମକ ଏକ ଇନଷ୍ଟିଚ୍ୟୁଟରେ ଫୋଡାଜଳା କରିବା ସହ ଏ ନେଇ ଥାନାରେ ଏତଲା ଦେଇଛନ୍ତି। ଛାତ୍ରଛାତ୍ରୀଙ୍କ ଅଭିଯୋଗ ଅନୁଯାଇ ବିଆଇଆଇଟିର ପରିଚାଳକ ଶଙ୍କର୍ଷଣ ସେଠୀ ଛାତ୍ରୀଙ୍କୁ ବ୍ଲାକ୍ମେଲ୍ କରୁଥିଲେ। ଘଟଣା ପଦାକୁ ଆସିବା ପରେ ସେ ଫେରାର ହୋଇଯାଇଛନ୍ତି।
ଅଭିଯୁକ୍ତ ବିରୋଧରେ ଦୃଢ କାର୍ଯ୍ୟାନୁଷ୍ଠାନ ଦାବି କରି ଅଖିଳ ଭାରତ ଗଣତାନ୍ତ୍ରିକ ମହିଳା ସମିତି ପକ୍ଷରୁ ଅତିରିକ୍ତ ତହସିଲଦାରଙ୍କୁ ସ୍ମାରକପତ୍ର ଦିଆଯାଇଛି। ପୋଲିସ ପକ୍ଷରୁ ଘଟଣାର ଛାନଭିନ ଆରମ୍ଭ କରାଯାଇଛି।
ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।
Related Stories
Crime
ଭାଣିଜୀ ପ୍ରେମ ବିବାହ କଲା ବୋଲି ଭୋଜିରେ ବିଷ ମିଶାଇଦେଲା ମାମୁ
ଉପସ୍ଥିତ ଲୋକେ ଅଭିଯୁକ୍ତ ମାମୁକୁ ଅଟକାଇବାକୁ ଚେଷ୍ଟା କରିଥିଲେ ବି ସେ ଖସି ପଳାଇଛି।
Crime
ବ୍ରାଉନ୍ସୁଗର ପାଇଁ ମର୍ଡର! ମହିଳା ମାଷ୍ଟରମାଇଣ୍ଡ ସମେତ ୩ ଗିରଫ
ଜେଲ୍ରୁ ବାହାରିବା ପରେ ପ୍ରତିଶୋଧ ପରାୟଣା ହୋଇପଡ଼ିଥିଲେ। ତାଙ୍କ ଜେଲ୍ ଯିବା ପଛରେ ସହଦେବ ନାୟକଙ୍କ ହାତ ଥିବା ସେ ସନ୍ଦେହ କରୁଥିଲେ। ତେଣୁ ତାଙ୍କୁ ରାସ୍ତାରୁ ହଟାଇବା ପାଇଁ ମହିଳା ଜଣକ ଯୋଜନା କରିଥିଲେ।
Crime
୧୭ ବର୍ଷ ପୂର୍ବେ ହୋଇଥିଲା 'ହତ୍ୟା'; ଏବେ ଜୀବନ୍ତ ଧରିଲା ପୁଲିସ
ଏହି ହତ୍ୟା ମାମଲାରେ ୪ଜଣଙ୍କୁ ଗିରଫ ମଧ୍ୟ କରାଗଲା। ସେମାନେ ହତ୍ୟା ଅଭିଯୁକ୍ତ ଭାବରେ ଜେଲରେ ସଜ୍ଜା କାଟିଲେ। ଏବେ ବିହାରର ସେହି ବ୍ୟକ୍ତିଙ୍କୁ ଝାନସୀରୁ ଜୀବନ୍ତ ଧରିଲା ପୁଲିସ।
Crime
ସରୋଜଙ୍କ ପରେ ହଂସିକାଙ୍କ ଆଉ ଜଣେ ସ୍ୱାମୀଙ୍କ ଘରେ IT
ମନୋଜଙ୍କ ଘରୁ ମିଳିଥିବା ଆର୍ଥିକ କାରବାର ସମ୍ପର୍କିତ କାଗଜପତ୍ର ଧରି ବାଲିଗୁଡା ଷ୍ଟେଟ ବ୍ୟାଙ୍କ ଯାଇଥିଲେ ଆୟକର ବିଭାଗ ଟିମ୍। ସେଠାରେ ମଧ୍ୟ ତନାଘନା କରିଥିଲେ। ଗୋଟିଏ ଟିମ୍ ମନୋଜଙ୍କ ଘରେ ଖାନତଲାସୀ କରୁଥିବା ବେଳେ ଆଉ ଗୋଟିଏ ଟିମ୍ ବ୍ୟାଙ୍କରେ ଖୋଳତାଡ଼ କରିଥିଲା।
Crime
ନକ୍ସଲ ଖଞ୍ଜିଥିଲେ IED ବୋମା, ଅଳ୍ପକେ ବର୍ତ୍ତିଲେ ଯବାନ
ନକ୍ସଲଙ୍କ ଗତିବିଧି ଥିବା ଜାଣିପାରି CRPF ଓ SOG ଯବାନ ମିଳିତ ଭାବେ ବାଲିଗୁଡ଼ା ଥାନା ମାରଦୁଲି ଜଙ୍ଗଲରେ କୁମ୍ବିଂ ଅପେରସନ କରୁଥିଲେ। ଜଙ୍ଗଲରେ ସର୍ଚ୍ଚ ଅପରେସନ୍ କରୁଥିବା ବେଳେ ଦୁଇଟି IED ବୋମା ଓ ନକ୍ସଲ କ୍ୟାମ୍ପ ଠାବ ହୋଇଥିଲା।