ବରଗଡ଼: ବରଗଡ଼ ଜିଲ୍ଲା ଅତାବିରା ବ୍ଲକ୍ ଅନ୍ତର୍ଗତ ଦେବାହାଲ୍-ବୁଦେଲପାଲି ରାସ୍ତାରେ ଜଣେ ଚଣାବିକାଳିଙ୍କୁ ଗତକାଲି ରାତିରେ ହତ୍ୟା କରାଯାଇଥିବା ଅଭିଯୋଗ ହୋଇଛି। ମୃତ ଯୁବକଙ୍କ ନାଁ ପିଣ୍ଟୁ ରାଉତ। ତାଙ୍କ ଘର ବୁଦେଲପାଲିରେ।
ପିଣ୍ଟୁ ପ୍ରତିଦିନ ଦେବାହାଲ ଓ ଏହାର ଆଖପାଖ ଅଞ୍ଚଳରେ ଚଣା ଓ ଝାଲ୍ମୁଢ଼ି ବିକ୍ରି କରୁଥିଲେ। ଗତକାଲି ରାତିରେ ସେ ବେପାର ସାରି ଦେବାହାଲରୁ ଫେରୁଥିବା ବେଳେ ତାଙ୍କୁ କେହି ହତ୍ୟା କରିଥିବା ପରିବାର ଲୋକେ ଅତାବିରା ଥାନାରେ ଅଭିଯୋଗ କରିଛନ୍ତି।
ବରଗଡ଼ ଏସ୍ଡିପିଓ ସୁରେଶ କୁମାର ନାୟକ ଓ ଅତାବିରା ଆଇଆଇସି ବିଭୂତି ଭୂଷଣ ଭୋଇ ଘଟଣାସ୍ଥଳକୁ ଯାଇ ତଦନ୍ତ କରିଛନ୍ତି।