ବ୍ରହ୍ମପୁର: ଆଙ୍କୁଲି ଲକ୍ଷ୍ମୀନଗରରୁ ଚୋରି

ବ୍ରହ୍ମପୁର: ବୈଦ୍ୟନାଥପୁର ଥାନା ଅନ୍ତର୍ଗତ ଆଙ୍କୁଲି ଲକ୍ଷ୍ମୀ ନଗର ଦ୍ୱିତୀୟ ଗଳିରେ ଗତ ରାତିରେ ଚୋରି ହୋଇଛି। ଘରେ କହି ନ ଥିବାରୁ ସୁଯୋଗ ନେଇ ଦୁର୍ବୃତ୍ତମାନେ ଚୋରି କରିଛନ୍ତି। କପିଳ ଚନ୍ଦ୍ର ଶତପଥୀ ଓ ଅନନ୍ତ ପ୍ରସାଦ ପାଢି ଘରେ ଏହି ଚୋରି ହୋଇଛି। ଉଭୟ ପରିବାର ପଡୋଶୀ ବୋଲି ଜଣାପଡିଛି। ଦୁର୍ବୃତ୍ତମାନେ ଦାଣ୍ଡ କବାଟ ଭାଙ୍ଗି ଟଙ୍କ। ଓ ସୁନା ଅଳଙ୍କ।ର ଲୁଟି ନେଇଛନ୍ତି। ଏ ନେଇ ଥାନାରେ ଅଭିଯୋଗ ହେବା ପରେ ପୋଲିସ ଏକ ମାମଲା ରୁଜୁ କରି ଘଟଣାର ତଦନ୍ତ ଚଳାଇଛି।