ମହଙ୍ଗା ପଡ଼ିଲା ସରକାରୀ ଅଫିସ୍‌ରେ ଭାଙ୍ଗାରୁଜା: ବିଜେପି ଜିଲ୍ଲା ସଭାପତିଙ୍କ ସମେତ ୩ ଗିରଫ 

ବାରିପଦା: ସରକାରୀ କାର୍ଯ୍ୟାଳୟରେ ଭଙ୍ଗାରୁଜା, ସରକାରୀ ଅଧିକାରୀଙ୍କୁ ଗାଳି ଓ ହତ୍ୟା ଧମକ ଅଭିଯୋଗରେ ମୟୂରଭଞ୍ଜଜ ଜିଲ୍ଲା ବିଜେପି ସଭାପତି କୃଷ୍ଣଚନ୍ଦ୍ର ମହାପାତ୍ରାଙ୍କ ସମେତ ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟ ଛୋଟଲାଲ ମହାନ୍ତି, ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟ ନିହାର ମୋଦି, ଜିଲ୍ଲା କୋଷାଧ୍ୟକ୍ଷ ପ୍ରକାଶ ଅଗ୍ରୱାଲଙ୍କୁ ଜେଲ ଯିବାକୁ ପଡ଼ିଛି। ସେମାନଙ୍କ ଜାମିନ୍‌ ଆବେଦନ ଖାରଜ ହେବାରୁ ୧୫ ଦିନ ବିଚାର ବିଭାଗୀୟ ହାଜତକୁ ପଠାଇ ଦିଆଯାଇଛି। ୨୦୧୬ ମେ’ ୨୩ ତାରିଖରେ ମୟୂରଭଞ୍ଜ ଜିଲ୍ଲା ବିଜେପି ସଭାପତି […]

bjp district presedent

Rakesh Mallick
  • Published: Monday, 15 May 2017
  • , Updated: 15 May 2017, 06:03 PM IST

ବାରିପଦା: ସରକାରୀ କାର୍ଯ୍ୟାଳୟରେ ଭଙ୍ଗାରୁଜା, ସରକାରୀ ଅଧିକାରୀଙ୍କୁ ଗାଳି ଓ ହତ୍ୟା ଧମକ ଅଭିଯୋଗରେ ମୟୂରଭଞ୍ଜଜ ଜିଲ୍ଲା ବିଜେପି ସଭାପତି କୃଷ୍ଣଚନ୍ଦ୍ର ମହାପାତ୍ରାଙ୍କ ସମେତ ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟ ଛୋଟଲାଲ ମହାନ୍ତି, ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟ ନିହାର ମୋଦି, ଜିଲ୍ଲା କୋଷାଧ୍ୟକ୍ଷ ପ୍ରକାଶ ଅଗ୍ରୱାଲଙ୍କୁ ଜେଲ ଯିବାକୁ ପଡ଼ିଛି। ସେମାନଙ୍କ ଜାମିନ୍‌ ଆବେଦନ ଖାରଜ ହେବାରୁ ୧୫ ଦିନ ବିଚାର ବିଭାଗୀୟ ହାଜତକୁ ପଠାଇ ଦିଆଯାଇଛି।

୨୦୧୬ ମେ’ ୨୩ ତାରିଖରେ ମୟୂରଭଞ୍ଜ ଜିଲ୍ଲା ବିଜେପି ସଭାପତି କୃଷ୍ଣଚନ୍ଦ୍ର ମହାପାତ୍ର ଓ ଅନ୍ୟ କେତେକ କର୍ମୀ ମୟୂରଭଞ୍ଜ ଆନ୍ତଃରାଜ୍ୟ ଜାମଶୋଳା ତନଖି ଫାଟକ କାର୍ଯ୍ୟାଳୟରେ ପଶି ଗଣ୍ଡଗୋଳ କରିଥିଲେ। ଏନେଇ ପୂର୍ବତନ ଏସିସିଟିଓ କୁଳମଣି ଭୋଇ ଝାରପୋଖରିଆ ଥାନାରେ ଅଭିଯୋଗ କରିଥିଲେ। କୃଷ୍ଣଚନ୍ଦ୍ର ଓ ଅନ୍ୟ ୩ ଜଣ ମୟୂରଭଞ୍ଜ ସ୍ୱତନ୍ତ୍ର କୋର୍ଟରେ ଜାମିନ୍‌ ଆବେଦନ କରିଥିଲେ। ଆଜି ସେମାନଙ୍କୁ ବାରିପଦା ମଣ୍ଡଳ କାରାଗାରକୁ ସ୍ଥାନାନ୍ତରିତ କରାଯାଇଛି।

Related story