ଜାଲ୍‌ ନୋଟ୍‌ କାରବାର ରାକେଟ୍‌ର ଜଣେ ଗିରଫ, ୩୨ଟି ୫୦୦ ଟଙ୍କିଆ ନୋଟ୍‌ ଜବତ

ବାରିପଦା: ମୟୂଭଞ୍ଜରେ ଚାଲିଥିବା ଏକ ଜାଲ୍‌ ନୋଟ୍‌ କାରବାର ରାକେଟର ପର୍ଦ୍ଦାଫାସ କରିଛି ବାରିପଦା ପୋଲିସ। ଏହି ଘଟଣାରେ ପୋଲିସ ରାସଗୋବିନ୍ଦପୁରର ଶାଗେନ ଟୁଡୁଙ୍କୁ ଗିରଫ କରିଛି। ତାଙ୍କ ପାଖରୁ ୩୨ଟି ୫୦୦ ଟଙ୍କିଆ ଜାଲ ନୋଟ୍‌ ଜବତ କରାଯାଇଛି। ଶାଗେନ ବାରିପଦା ଶୁନଗଡ଼ିଆ ଅଞ୍ଚଳରେ ଟଙ୍କା ଭଙ୍ଗାଉଥିବା ବେଳେ ଲୋକଙ୍କ ସନ୍ଦେହ ହେବାରୁ ତାକୁ ଅଟକ ରଖି ପୋଲିସକୁ ଖବର ଦେଇଥିଲେ। ପୋଲିସ ଘଟଣା ସ୍ଥଳରେ ପହଞ୍ଚି ଶାଗେନଙ୍କୁ ଗିରଫ କରିବା ସହ ତାଙ୍କ ପାଖରୁ […]

fake-note

Rakesh Mallick
  • Published: Friday, 10 March 2017
  • , Updated: 10 March 2017, 10:55 AM IST

ବାରିପଦା: ମୟୂଭଞ୍ଜରେ ଚାଲିଥିବା ଏକ ଜାଲ୍‌ ନୋଟ୍‌ କାରବାର ରାକେଟର ପର୍ଦ୍ଦାଫାସ କରିଛି ବାରିପଦା ପୋଲିସ। ଏହି ଘଟଣାରେ ପୋଲିସ ରାସଗୋବିନ୍ଦପୁରର ଶାଗେନ ଟୁଡୁଙ୍କୁ ଗିରଫ କରିଛି। ତାଙ୍କ ପାଖରୁ ୩୨ଟି ୫୦୦ ଟଙ୍କିଆ ଜାଲ ନୋଟ୍‌ ଜବତ କରାଯାଇଛି।

ଶାଗେନ ବାରିପଦା ଶୁନଗଡ଼ିଆ ଅଞ୍ଚଳରେ ଟଙ୍କା ଭଙ୍ଗାଉଥିବା ବେଳେ ଲୋକଙ୍କ ସନ୍ଦେହ ହେବାରୁ ତାକୁ ଅଟକ ରଖି ପୋଲିସକୁ ଖବର ଦେଇଥିଲେ। ପୋଲିସ ଘଟଣା ସ୍ଥଳରେ ପହଞ୍ଚି ଶାଗେନଙ୍କୁ ଗିରଫ କରିବା ସହ ତାଙ୍କ ପାଖରୁ ଜାଲ୍‌ ନୋଟ ଜବତ କରିଥିଲା। ଏହି ଜାଲ୍‌ ନୋଟ୍‌ କାରବାରରେ ଆଉ କାହାର ସମ୍ପୃକ୍ତି ଅଛି ସେ ନେଇ ପୋଲିସ ତଦନ୍ତ ଆରମ୍ଭ କରିଛି।

ସେହିପରି ଭୁବନେଶ୍ୱରର ଏକ ଦୋକାନରେ ଜାଲ ନୋଟ୍‌ ଦେବା ବେଳେ ଝାରଖଣ୍ଡର ଜଣେ ଯୁବକ ଗିରଫ ହୋଇଛନ୍ତି। ଗିରଫ ଯୁବକ ଜଣଙ୍କ ହେଲେ କାଥଲୱାଡାର ସମିମ ଅଖତାର। ସମିମଙ୍କଠାରୁ ବରଗଡ଼ ପୋଲିସ ୭ଟି ୨୦୦୦ ଟଙ୍କିଆ ନୋଟ୍‌ ଜବତ କରିଛି।

ଅଭିଯୋଗ ଅନୁସାରେ ବସନ୍ତବିହାରର ନନ୍ଦଲାଲ ନାମକ ଜଣେ ପାନ ଦୋକାନୀଙ୍କଠାରୁ ଏକ ଜିନିଷ କିଣି ସମିମ ୨୦୦୦ ଟଙ୍କିଆ ନୋଟ୍‌ ଦେଇଥିଲେ। ନୋଟ୍‌ଟି ଜାଲ୍‌ ବୋଲି ସନ୍ଦେହ ହେବାରୁ ଦୋକାନୀ ପୋଲିସକୁ ଖବର ଦେଇଥିଲେ।

Related story