ଭୁବନେଶ୍ୱର ଲୁଟ୍‌  ଘଟଣାର ଅନୁଧ୍ୟାନ କଲେ ପୋଲିସ୍‌ କମିଶନର

ଭୁବନେଶ୍ୱର: ଘର ଭଡ଼ା ନେବାକୁ କହି ଭୁବନେଶ୍ୱର ଗଣ୍ଡମୁଣ୍ଡା ଅଞ୍ଚଳରେ ଘଟିଥିଲା ଡକାୟତି ଘଟଣାର ତଦନ୍ତ କରିଛନ୍ତି ପୋଲିସ୍‌ କମିଶନର ୱାଇ.ବି. ଖୁରାନିଆ। ଆଜି ସେ ଘର ମାଲିକଙ୍କୁ ଭେଟି ଘଟଣା ସମ୍ପର୍କରେ ପଚାରିଥିଲେ। ଗତକାଲି ଦିନ ଦ୍ୱି’ପ୍ରହରରେ ଡକାୟତମାନେ ଘର ମାଲିକ ସୁବାସ ପୃଷ୍ଟି ଓ ତାଙ୍କ ସ୍ତ୍ରୀ ଶ୍ରଦ୍ଧାଞ୍ଜଳୀଙ୍କୁ ବାନ୍ଧି ଲୁଟି ନେଇଥିଲେ। ଏହି ଘଟଣାକୁ ୨୪ ଘଣ୍ଟାରୁ ଅଧିକ ସମୟ ବିତିଲାଣି। ହେଲେ ଲୁଟେରାଙ୍କୁ ଧରିବାରେ ବିଫଳ ହୋଇଛି କମିଶନ୍‌ରେଟ୍‌ ପୋଲିସ୍‌। ୱାଇ.ବି […]

commisioner12

Rakesh Mallick
  • Published: Tuesday, 06 September 2016
  • , Updated: 06 September 2016, 08:21 PM IST

ଭୁବନେଶ୍ୱର: ଘର ଭଡ଼ା ନେବାକୁ କହି ଭୁବନେଶ୍ୱର ଗଣ୍ଡମୁଣ୍ଡା ଅଞ୍ଚଳରେ ଘଟିଥିଲା ଡକାୟତି ଘଟଣାର ତଦନ୍ତ କରିଛନ୍ତି ପୋଲିସ୍‌ କମିଶନର ୱାଇ.ବି. ଖୁରାନିଆ। ଆଜି ସେ ଘର ମାଲିକଙ୍କୁ ଭେଟି ଘଟଣା ସମ୍ପର୍କରେ ପଚାରିଥିଲେ।

ଗତକାଲି ଦିନ ଦ୍ୱି’ପ୍ରହରରେ ଡକାୟତମାନେ ଘର ମାଲିକ ସୁବାସ ପୃଷ୍ଟି ଓ ତାଙ୍କ ସ୍ତ୍ରୀ ଶ୍ରଦ୍ଧାଞ୍ଜଳୀଙ୍କୁ ବାନ୍ଧି ଲୁଟି ନେଇଥିଲେ। ଏହି ଘଟଣାକୁ ୨୪ ଘଣ୍ଟାରୁ ଅଧିକ ସମୟ ବିତିଲାଣି। ହେଲେ ଲୁଟେରାଙ୍କୁ ଧରିବାରେ ବିଫଳ ହୋଇଛି କମିଶନ୍‌ରେଟ୍‌ ପୋଲିସ୍‌।

ୱାଇ.ବି ଖୁରାନିଆ କହିଛନ୍ତି, “ଘଟଣା ଘଟିବାର ଦିନକ ଆଗରୁ ଜଣେ ଲୋକ ଆସି ଭଡ଼ା ଘର ମାଗିଥିଲେ। ସମ୍ପୃକ୍ତ ବ୍ୟକ୍ତିଙ୍କ ପରିଚୟପତ୍ର ନ ଦେଖି ମାଲିକ ଘର ଦେଖିବାକୁ ଦେଇଥିଲେ। ଯେଉଁଠି ଏପରି ଘଟଣା ଘଟୁଛି ଶୀଘ୍ର ପୋଲିସ୍‌କୁ ଖବର ଦିଅନ୍ତୁ। ଯଦି କୌଣସି ଅଜଣା ଲୋକ ଆସୁଛନ୍ତି ସେମାନଙ୍କ ପ୍ରତି ସତର୍କ ରୁହନ୍ତି। ବରିଷ୍ଠ ନାଗରିକଙ୍କୁ ସୁରକ୍ଷା ଦେବା ପାଇଁ ପ୍ରତ୍ୟକ ଥାନାରେ ଜଣେ ନୋଡାଲ ଅଫିସ୍‌ ଓ ଜଣେ ଆସିଷ୍ଟାଣ୍ଡ୍‌ ନୋଡାଲ ଅଫିସର ରହିବେ। ସେମାନେ ବରିଷ୍ଠ ନାଗରିକଙ୍କ ସହିତ ସମ୍ପର୍କ ରଖିବେ।”

Related story