ଭଦ୍ରକ: ସାଢ଼େ ୪କ୍ୱିଣ୍ଟାଲ ଗଞ୍ଜେଇ ଜବତ, ୩ ଗିରଫ

ଭଦ୍ରକ: ଭଦ୍ରକ ଜିଲ୍ଲାର ଚରମ୍ପା ରେଳ ଷ୍ଟେସନ ନିକଟରୁ ଜବତ କରାଯାଇଛି ୪ କ୍ୱିଣ୍ଟାଲ ୫୦ କିଲୋ ଗଞ୍ଜେଇ। ୧୫ଟି ବ୍ୟାଗରେ ଏହି ଗଞ୍ଜେଇ ରଖାଯାଇଥିଲା। ସେଗୁଡ଼ିକୁ ଟ୍ରେନରେ ଅଣାଯାଇ ଚୋରା ଚାଲାଣ କରାଯାଉଥିବା ବେଳେ ଅବକାରୀ ଅଧିକାରୀମାନେ କୌଣସି ସୂତ୍ରରୁ ସୂଚନା ପାଇ ଧରିଥିଲେ। ଏଥିରେ ୩ ଜଣଙ୍କୁ ଗିରଫ କରାଯାଇଛି। ସେମାନଙ୍କ ମଧ୍ୟରେ ଦୁଇ ଜଣ ମହିଳା ଅଛନ୍ତି। ଗିରଫ ବ୍ୟକ୍ତିମାନେ ହେଲେ କଟକ ଚାଉଳିଆଗଞ୍ଜ ଥାନା ଅନ୍ତର୍ଗତ ଗାନ୍ଧିପଲ୍ଲୀର ଜିତେନ୍ଦ୍ର ମଲ୍ଲିକ, କୁନି […]

ganja

Rakesh Mallick
  • Published: Wednesday, 19 August 2015
  • , Updated: 19 August 2015, 03:38 AM IST

ଭଦ୍ରକ: ଭଦ୍ରକ ଜିଲ୍ଲାର ଚରମ୍ପା ରେଳ ଷ୍ଟେସନ ନିକଟରୁ ଜବତ କରାଯାଇଛି ୪ କ୍ୱିଣ୍ଟାଲ ୫୦ କିଲୋ ଗଞ୍ଜେଇ। ୧୫ଟି ବ୍ୟାଗରେ ଏହି ଗଞ୍ଜେଇ ରଖାଯାଇଥିଲା। ସେଗୁଡ଼ିକୁ ଟ୍ରେନରେ ଅଣାଯାଇ ଚୋରା ଚାଲାଣ କରାଯାଉଥିବା ବେଳେ ଅବକାରୀ ଅଧିକାରୀମାନେ କୌଣସି ସୂତ୍ରରୁ ସୂଚନା ପାଇ ଧରିଥିଲେ। ଏଥିରେ ୩ ଜଣଙ୍କୁ ଗିରଫ କରାଯାଇଛି। ସେମାନଙ୍କ ମଧ୍ୟରେ ଦୁଇ ଜଣ ମହିଳା ଅଛନ୍ତି। ଗିରଫ ବ୍ୟକ୍ତିମାନେ ହେଲେ କଟକ ଚାଉଳିଆଗଞ୍ଜ ଥାନା ଅନ୍ତର୍ଗତ ଗାନ୍ଧିପଲ୍ଲୀର ଜିତେନ୍ଦ୍ର ମଲ୍ଲିକ, କୁନି ବେହେରା ଓ ଲିଲା ସାହାଣୀ। ସେମାନେ ବିହାରରୁ ଯଶବନ୍ତପୁର-ହାୱାଡ ଟ୍ରେନରେ ଏହି ଗଞ୍ଜେଇ ଆଣିଥିଲେ ବୋଲି ପୋଲିସକୁ କହିଛନ୍ତି। ଜବତ ଗଞ୍ଜେଇର ଆନୁମାନିକ ବଜାର ଦର ଏକ ଲକ୍ଷ ୮୦ ହଜାର ଟଙ୍କା ହେବ।

Related story