ଅଭିନବ ଉପାୟରେ ଉବେର କାର୍‌ ଲୁଟ୍‌: ଜାଲରେ ପଡ଼ିଲେ ୪ ଅଭିଯୁକ୍ତ

ଭୁବନେଶ୍ୱର: ରାଜଧାନୀରେ ଏମ୍‌ବିଏ ଛାତ୍ରଙ୍କ କଳା କାରନାମା। ଚେନ୍‌ କି ବାଇକ୍‌ ନୁହେଁ ଅଭିନବ ଉପାୟରେ ଉବେର୍‌ କମ୍ପାନୀର କାର ଲୁଟିଥିଲେ। କମିଶନରେଟ୍‌ ପୋଲିସ୍‌ ଏହି ଘଟଣାର ପର୍ଦ୍ଦାଫାସ କରିବା ସହ ୪ ଜଣଙ୍କୁ ଗିରଫ କରିଛି। ଗିରଫ ଅଭିଯୁକ୍ତଙ୍କ ମଧ୍ୟରେ ଜଣେ ଏମ୍‌ବିଏ ଛାତ୍ର ଅଛନ୍ତି। ଗିରଫ ଅଭିଯୁକ୍ତମାନେ ହେଲେ ପିଣ୍ଟୁ ଦିଗାଲ, ସନ୍ଦୀପ ନାୟକ, ଜିତେନ୍ଦ୍ର ସାହୁ ଓ ସିଭିଲ କୁମାର ପ୍ରିୟଦର୍ଶୀ ଓରଫ ଚିକୁ ପିଣ୍ଟୁ। ଗତମାସ ୨୧ ତାରିଖରେ ପିଣ୍ଟୁଙ୍କ ସମେତ […]

car loot

Rakesh Mallick
  • Published: Sunday, 02 April 2017
  • , Updated: 02 April 2017, 09:21 PM IST

ଭୁବନେଶ୍ୱର: ରାଜଧାନୀରେ ଏମ୍‌ବିଏ ଛାତ୍ରଙ୍କ କଳା କାରନାମା। ଚେନ୍‌ କି ବାଇକ୍‌ ନୁହେଁ ଅଭିନବ ଉପାୟରେ ଉବେର୍‌ କମ୍ପାନୀର କାର ଲୁଟିଥିଲେ। କମିଶନରେଟ୍‌ ପୋଲିସ୍‌ ଏହି ଘଟଣାର ପର୍ଦ୍ଦାଫାସ କରିବା ସହ ୪ ଜଣଙ୍କୁ ଗିରଫ କରିଛି। ଗିରଫ ଅଭିଯୁକ୍ତଙ୍କ ମଧ୍ୟରେ ଜଣେ ଏମ୍‌ବିଏ ଛାତ୍ର ଅଛନ୍ତି। ଗିରଫ ଅଭିଯୁକ୍ତମାନେ ହେଲେ ପିଣ୍ଟୁ ଦିଗାଲ, ସନ୍ଦୀପ ନାୟକ, ଜିତେନ୍ଦ୍ର ସାହୁ ଓ ସିଭିଲ କୁମାର ପ୍ରିୟଦର୍ଶୀ ଓରଫ ଚିକୁ ପିଣ୍ଟୁ।

ଗତମାସ ୨୧ ତାରିଖରେ ପିଣ୍ଟୁଙ୍କ ସମେତ ୪ ଜଣ ଉବେର କମ୍ପାନୀର ଏକ କାର ବୁକ୍‌ କରିଥିଲେ। ସେମାନେ ଏହି କାରରେ କିଛି ବାଟ ଗଲା ପରେ ନିଛାଟିଆ ରାସ୍ତା ଦେଖି ଚାଳକକୁ ଆକ୍ରମଣ ଲୁଟି ନେଇଥିଲେ। ଲୁଟ୍‌ ହୋଇଥିବା କାର୍‌କୁ କଲିକତାରେ ମଧ୍ୟ ବିକ୍ରି କରି ଦେଇଥିଲେ। ଏନେଇ ଅଭିଯୋଗ ହେବା ପରେ କମିଶନରେଟ୍‌ ପୋଲିସ୍‌ ଏକ ମାମଲା ରୁଜୁ କରି ଅଭିଯୁକ୍ତମାନଙ୍କୁ ଭୁନେଶ୍ୱରରୁ ଗିରଫ କରିଛି। ଲୁଟ୍‌ କାରକୁ କୋଲକାତାରୁ ଉଦ୍ଧାର କରିଛି।

ଉବେର କାର ଲୁଟ୍‌ ଘଟଣାର ମାଷ୍ଟରମାଇଣ୍ଡ କୁହାଯାଉଥିବା ପିଣ୍ଟୁ ଦିଗାଲ ନାଁରେ କନ୍ଧମାଳ ଜିଲ୍ଲା ଜି.ଉଦୟଗିରି ଥାନାରେ ବଳାତ୍କାର ଓ ଡକାୟତ ମାମଲା ରହିଛି। ସେଥିପାଇଁ ପିଣ୍ଟୁ କନ୍ଧମାଳ ପୋଲିସ୍‌ର ମୋଷ୍ଟ ୱାଣ୍ଟେଡ୍‌ ଲିଷ୍ଟରେ ରହିଛି।

ଡିସିପି ସତ୍ୟବ୍ରତ ଭୋଇ କହିଛନ୍ତି,“ଉବେର୍‌ କାର୍‌ ଲୁଟ୍‌ ଘଟଣାରେ ୪ ଜଣ ଗିରଫ ହୋଇଛନ୍ତି। କାର୍‌ କୋଲକାତାରୁ ଉଦ୍ଧାର ହୋଇଛି। ଭଡ଼ାରେ ଯିବା ପାଇଁ ସେମାନେ କାର୍‌ ବୁକ୍‌ କରି ପରେ ଲୁଟି ନେଇଥିଲେ।”

Related story