ଭୁବନେଶ୍ୱର: ଭୁବନେଶ୍ୱର ସ୍ଥିତ ମଞ୍ଚେଶ୍ୱର ଅଞ୍ଚଳରୁ ଗତକାଲି କମିଶନରେଟ୍ ପୋଲିସର କୁଇକ୍ ଆକ୍ସନ ଟିମ୍ ପ୍ରାୟ ୨୫୦ ଗ୍ରାମ ବ୍ରାଉନ ଜବତ କରିଛି। ଜବତ ବ୍ରାଉନ ସୁଗାରର ଆନୁମାନିକ ମୂଲ୍ୟ ୧୦ ଲକ୍ଷ ଟଙ୍କା ହେବ। ଘଟଣାରେ ବନମାଳୀ ଜେନା ନାମକ ଜଣେ ହୋଲସେଲରକୁ ଗିରଫ କରାଯାଇଛି।
ବନମାଳୀ ବାଲେଶ୍ୱର ଅଞ୍ଚଳରୁ ବ୍ରାଉନସୁଗାର ଆଣି ବିଭିନ୍ନ ଛୋଟ ବେପାରୀଙ୍କ ବିକ୍ରି କରିଥାଏ। ତା’ ବିରୋଧରେ ୧୩ଟି ମାମଲା ରହିଛି।
ବ୍ରାଉନସୁଗାର କାରବାର ଅଭିଯୋଗରେ ଏ ପର୍ଯ୍ୟନ୍ତ କମିଶନରେଟ ପୋଲିସ୍ ୧୮ ଜଣ ବ୍ରାଉନସୁଗାର ବେପାରୀଙ୍କୁ ଗିରଫ କରିସାରିଲାଣି।
ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।