ବଲାଙ୍ଗିରରେ ଏଟିଏମ୍‌ରୁ ୮୦ ଲକ୍ଷ ଟଙ୍କା ଉଭାନ୍‌ ଘଟଣାରେ ମୁଖ୍ୟ ଅଭିଯୁକ୍ତର ଶାଳକ ଗିରଫ

ବଲାଙ୍ଗିର: ବଲାଙ୍ଗିର ଜିଲ୍ଲାରେ ବିଭିନ୍ନ ଏଟିଏମ୍‌ରୁ ଟଙ୍କା ଉଭାନ୍‌ ଘଟଣାରେ ମୁଖ୍ୟ ଅଭିଯୁକ୍ତ ସୁନୀଲ ସାହୁର ଶାଳକ ଲିଙ୍ଗରାଜ ପ୍ରଧାନକୁ ଆଜି ଗିରଫ କରିଛି ପୋଲିସ୍। ତା’ଠାରୁ ୭ ଲକ୍ଷ ୨୦ ହଜାର ଟଙ୍କା ଜବତ କରାଯାଇଛି। ଏହା ପୂର୍ବରୁ ସୁନୀଲକୁ ପୋଲିସ କୋଲକାତାରୁ ଗିରଫ କରି ଥିଲା। ସେ ଏଟିଏମ୍‌ରେ ଟଙ୍କା ଭରୁଥିବା ଏକ କମ୍ପାନୀର ଟେକ୍ନିକାଲ୍‌ କର୍ମଚାରୀ। ପୋଲିସ୍‌ ତା’ଠାରୁ ୨୬,୪୬,୭୦୦ ଟଙ୍କା ଓ ୧୦ଟି ଏଟିଏମ୍‌ କାର୍ଡ ଜବତ କରିଥିଲା। ଗତ ନଭେମ୍ୱର […]

notes

Rakesh Mallick
  • Published: Sunday, 29 January 2017
  • , Updated: 29 January 2017, 09:49 PM IST

ବଲାଙ୍ଗିର: ବଲାଙ୍ଗିର ଜିଲ୍ଲାରେ ବିଭିନ୍ନ ଏଟିଏମ୍‌ରୁ ଟଙ୍କା ଉଭାନ୍‌ ଘଟଣାରେ ମୁଖ୍ୟ ଅଭିଯୁକ୍ତ ସୁନୀଲ ସାହୁର ଶାଳକ ଲିଙ୍ଗରାଜ ପ୍ରଧାନକୁ ଆଜି ଗିରଫ କରିଛି ପୋଲିସ୍। ତା’ଠାରୁ ୭ ଲକ୍ଷ ୨୦ ହଜାର ଟଙ୍କା ଜବତ କରାଯାଇଛି।

ଏହା ପୂର୍ବରୁ ସୁନୀଲକୁ ପୋଲିସ କୋଲକାତାରୁ ଗିରଫ କରି ଥିଲା। ସେ ଏଟିଏମ୍‌ରେ ଟଙ୍କା ଭରୁଥିବା ଏକ କମ୍ପାନୀର ଟେକ୍ନିକାଲ୍‌ କର୍ମଚାରୀ। ପୋଲିସ୍‌ ତା’ଠାରୁ ୨୬,୪୬,୭୦୦ ଟଙ୍କା ଓ ୧୦ଟି ଏଟିଏମ୍‌ କାର୍ଡ ଜବତ କରିଥିଲା।

ଗତ ନଭେମ୍ୱର ୫ ତାରିଖରେ ବଲାଙ୍ଗିର ଜିଲ୍ଲାର ବିଭିନ୍ନ ଏଟିଏମ୍‌ରେ ଭରିବା ପାଇଁ ସିଏମ୍‌ଏସ୍‌ କମ୍ପାନୀକୁ  ୧ କୋଟି ୨୮ ଲକ୍ଷ ଟଙ୍କା ଦିଆଯାଇଥିଲା। କିନ୍ତୁ ୬ ତାରିଖରେ ଉକ୍ତ ଟଙ୍କାରୁ ୮୦ ଲକ୍ଷ ଟଙ୍କା ଗାଏବ ହୋଇଯାଇଥିବା ଅଭିଯୋଗ ହୋଇଥିଲା। ଅଭିଯୋଗ ପାଇବା ପରେ ପୋଲିସ ଏକ ମାମଲା ରୁଜୁ କରି ଏଟିଏମ୍‌ରେ ଲାଗିଥିବା ସିସିଟିଭି ଫୁଟେଜକୁ ଯାଞ୍ଚ କରିଥିଲା। ସିସିଟିଭି ଫୁଟେଜ୍‌ ଆଧାରରେ ପୋଲିସ୍‌ ଏଟିଏମ୍‌ରେ ଟଙ୍କା ଭରୁଥିବା ସିଏମ୍‌ଏସ୍‌ କମ୍ପାନୀର କର୍ମଚାରୀ ଟିକେଶ୍ୱର ପ୍ରଧାନକୁ ଗିରଫ କରିଥିଲା। ଟିକେଶ୍ୱରର ବୟାନ ଆଧାରରେ ମୁଖ୍ୟ ଅଭିଯୁକ୍ତ ସୁନୀଲକୁ ପୋଲିସ୍‌ କୋଲକାତାରୁ ଗିରଫ କରିଥିଲା। ଏହା ପୂର୍ବରୁ ସୁନୀଲର ଶାଳକ ଉମେଶ କୁମାର ପ୍ରଧାନକୁ ମଧ୍ୟ ପୋଲିସ ଗିରଫ କରିଥିଲା।

Related story