ବ୍ରହ୍ମପୁର: ଗୋଲାପ ସାହି ହତ୍ୟାକାଣ୍ଡ ଘଟଣାରେ ୫ ଗିରଫ

ବ୍ରହ୍ମପୁର: ବ୍ରହ୍ମପୁର ଗୋଲାପଲି ସାହିରେ ଘଟିଥିବା ହତ୍ୟା ଘଟଣାରେ ପୋଲିସ୍ ୫ ଜଣଙ୍କୁ ଗିରଫ କରି ଆଜି କୋର୍ଟ ଚାଲାଣ କରିଛି। ଏହି ଘଟଣାରେ ପୋଲିସ୍ ରବିବାର ମୃତ ବ୍ୟକ୍ତିର କଙ୍କାଳ ଜବତ କରିବା ସହ ଘଟଣାରେ ସଂପୃକ୍ତ ଭଉଣୀ ଓ ଭିଣୋଇଙ୍କ ସହ ୫ଜଣଙ୍କୁ ଗିରଫ କରିଥିଲା। ଗତ ଜୁଲାଇ ୨୪ ତାରିଖରେ ଗୋଲାପଲ୍ଲୀ ସାହିରେ ଦଣ୍ଡହାତୀ ନାମକ ଜଣେ ଯୁବକଙ୍କ ହତ୍ୟା କରାଯାଇଥିଲା। ହତ୍ୟା ପରେ ତାଙ୍କ ମୃତଦେହକୁ ବୁଦାମୂଳରେ ଦୁର୍ବୃତ୍ତ ପକାଇ ଦେଇଥିଲେ। ପୋଲିସ ସୂଚନା ମୁତାବକ ମୃତକଙ୍କ ଭଉଣୀ, ଭିଣୋଇ ଅନ୍ୟ ୩ ଜଣଙ୍କ ସହାୟତାରେ  ତାଙ୍କୁ ହତ୍ୟା କରିଥିଲେ। ଗତକାଲି ଜଣେ ଅଭିଯୁକ୍ତ ହତ୍ୟା ସମ୍ପର୍କରେ ଖବର ଦେବା ପରେ ପୋଲିସ୍ ସେହି ବୁଦାମୂଳରୁ ମୃତଦେହକୁ  ଜବତ କରିଥିଲା।