ବ୍ରଜଙ୍କ ନାଁରେ ଆସିଥିବା ଅଭିଯୋଗ ଧର୍ତ୍ତବ୍ୟ ନୁହେଁ, ମାମଲା ରୁଜୁ ହେବନି: କମିଶନରେଟ୍‌ ପୋଲିସ

ଭୁବନେଶ୍ୱର: ତାଳଚେର ବିଧାୟକ ବ୍ରଜ ପ୍ରଧାନଙ୍କ ନାଁରେ ଆସିଥିବା ପ୍ରତାରଣା ଅଭିଯୋଗର ପ୍ରାଥମିକ ତଦନ୍ତ ସରିଛି। ଏହା ଧର୍ତ୍ତବ୍ୟ ଅପରାଧ ହୋଇଥିବାରୁ ମାମଲା ରୁଜୁ କରାଯିବ ନାହିଁ ବୋଲି ଆଜି ଭୁବନେଶ୍ୱର ଡିସିପି ସତ୍ୟବ୍ରତ ଭୋଇ କହିଛନ୍ତି। ସେ କହିଛନ୍ତି,‘‘ବିଧାୟକଙ୍କ ନାଁରେ ପ୍ରତାରଣା ଅଭିଯୋଗ ଆସିବା ପରେ ଷ୍ଟେସନ ଡାଏରୀ କରାଯାଇ ତଦନ୍ତ ଚାଲିଛି। ମହିଳା କରିଥିବା ଅଭିଯୋଗ ଧର୍ତ୍ତବ୍ୟ ନୁହେଁ, ତେଣୁ ତାଙ୍କ ନାଁରେ ମାମଲା ରୁଜୁ କରାଯିବ ନାହିଁ। ଏପରି ଘଟଣାରେ ପୋଲିସର ମାମଲା […]

braja

Rakesh Mallick
  • Published: Monday, 20 February 2017
  • , Updated: 20 February 2017, 06:00 PM IST

ଭୁବନେଶ୍ୱର: ତାଳଚେର ବିଧାୟକ ବ୍ରଜ ପ୍ରଧାନଙ୍କ ନାଁରେ ଆସିଥିବା ପ୍ରତାରଣା ଅଭିଯୋଗର ପ୍ରାଥମିକ ତଦନ୍ତ ସରିଛି। ଏହା ଧର୍ତ୍ତବ୍ୟ ଅପରାଧ ହୋଇଥିବାରୁ ମାମଲା ରୁଜୁ କରାଯିବ ନାହିଁ ବୋଲି ଆଜି ଭୁବନେଶ୍ୱର ଡିସିପି ସତ୍ୟବ୍ରତ ଭୋଇ କହିଛନ୍ତି।

ସେ କହିଛନ୍ତି,‘‘ବିଧାୟକଙ୍କ ନାଁରେ ପ୍ରତାରଣା ଅଭିଯୋଗ ଆସିବା ପରେ ଷ୍ଟେସନ ଡାଏରୀ କରାଯାଇ ତଦନ୍ତ ଚାଲିଛି। ମହିଳା କରିଥିବା ଅଭିଯୋଗ ଧର୍ତ୍ତବ୍ୟ ନୁହେଁ, ତେଣୁ ତାଙ୍କ ନାଁରେ ମାମଲା ରୁଜୁ କରାଯିବ ନାହିଁ। ଏପରି ଘଟଣାରେ ପୋଲିସର ମାମଲା ରୁଜୁ କରିବା ଅଧିକାର ନାହିଁ। ପୀଡିତାଙ୍କୁ ନିର୍ଦ୍ଦିଷ୍ଟ ଫୋରମକୁ ଯିବାକୁ ପରାମର୍ଶ ଦେବୁ।”

 

ଗତ ୧୩ ତାରିଖରେ ବ୍ରଜଙ୍କ ନାଁରେ ଜଣେ ମହିଳା ପ୍ରତାରଣା ଅଭିଯୋଗ ଆଣି ଭୁବନେଶ୍ୱର ମହିଳା ଥାନାରେ ଏତଲା ଦେଇଥିଲେ। ମନ୍ଦିରରେ ବିବାହ କରିବା ପରେ ବ୍ରଜ ତାଙ୍କୁ ସାମାଜିକ ସ୍ୱୀକୃତି ଦେଉ ନ ଥିବା ସେ ଅଭିଯୋଗ କରିଥିଲେ। ପତ୍ନୀର ମାନ୍ୟତା ସହ ସାମାଜିକ ସ୍ୱୀକୃତି ଦେବାକୁ ମହିଳା ଜଣଙ୍କ ଦାବି କରିଥିଲେ। ତେବେ ମହିଳାଙ୍କ ଅଭିଯୋଗକୁ ବ୍ରଜ ଖଣ୍ଡନ କରିଥିଲେ।

Related story