ଆଇଏମ୍‌ଏମ୍‌ଟିରେ ସିବିଆଇ ଚଢ଼ାଉ

ଭୁବନେଶ୍ୱର: ଭୁବନେଶ୍ୱର: ଆଇଆଇଟି ଗୋଆ ନିର୍ଦ୍ଦେଶକ ବରଦାକାନ୍ତ ମିଶ୍ରଙ୍କ ବିରୋଧରେ ମାମଲା ରୁଜୁ କଲା ସିବିଆଇ। ଦୁର୍ନୀତି ନିବାରଣ ଆଇନ ବଳରେ ସିବିଆଇ ଏହି ମାମଲା ରୁଜୁ କରିଛି। ଆୟବର୍ହିଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ସିବିଆଇ ଆଇଆଇଟି ଗୋଆ ସହ ବରଦାକାନ୍ତଙ୍କ ଭୁବନେଶ୍ୱର ସୂର୍ଯ୍ୟନଗର ସ୍ଥିତ ପୈତୃକ ଘର, ଖଣ୍ଡଗିରି ଜୟଦେବ ବାଟିକାରେ ଭଡାରେ ଦିଆଯାଇଥିବା ନିଜ ଘର ଓ ପୂର୍ବରୁ ନିର୍ଦ୍ଦେଶକ ଥିବା IMMT କାର୍ଯ୍ୟାଳୟରେ ଚଢାଉ କରିଥିଲା।  ଚଢାଉ ସମୟରେ ସିବିଆଇ ୧କୋଟି ୧୪ […]

immt

Rakesh Mallick
  • Published: Wednesday, 21 June 2017
  • , Updated: 21 June 2017, 08:59 PM IST

ଭୁବନେଶ୍ୱର: ଭୁବନେଶ୍ୱର: ଆଇଆଇଟି ଗୋଆ ନିର୍ଦ୍ଦେଶକ ବରଦାକାନ୍ତ ମିଶ୍ରଙ୍କ ବିରୋଧରେ ମାମଲା ରୁଜୁ କଲା ସିବିଆଇ। ଦୁର୍ନୀତି ନିବାରଣ ଆଇନ ବଳରେ ସିବିଆଇ ଏହି ମାମଲା ରୁଜୁ କରିଛି। ଆୟବର୍ହିଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ସିବିଆଇ ଆଇଆଇଟି ଗୋଆ ସହ ବରଦାକାନ୍ତଙ୍କ ଭୁବନେଶ୍ୱର ସୂର୍ଯ୍ୟନଗର ସ୍ଥିତ ପୈତୃକ ଘର, ଖଣ୍ଡଗିରି ଜୟଦେବ ବାଟିକାରେ ଭଡାରେ ଦିଆଯାଇଥିବା ନିଜ ଘର ଓ ପୂର୍ବରୁ ନିର୍ଦ୍ଦେଶକ ଥିବା IMMT କାର୍ଯ୍ୟାଳୟରେ ଚଢାଉ କରିଥିଲା।  ଚଢାଉ ସମୟରେ ସିବିଆଇ ୧କୋଟି ୧୪ ଲକ୍ଷ ଟଙ୍କାର ଆୟବର୍ହିଭୂତ ସଂପତି ଠୁଳ କରିଥିବା ନେଇ ତଥ୍ୟ ପାଇଛି। ଏହାସହ ସେ ଆଇଏମଏମଟିର ନିର୍ଦ୍ଦେଶକ ଥିବାବେଳେ ଦୁର୍ନୀତିରେ ସଂପୃକ୍ତି ଥିବା ନେଇ ପ୍ରମାଣ ମିଳିଥିବା ସିବିଆଇ କହିଛି। ସିବିଆଇର ତଥ୍ୟ  ଅନୁସାରେ ୨୦୦୬ରେ ବରଦାକାନ୍ତଙ୍କ ୩ଲକ୍ଷ ୩୯ଟଙ୍କାର ସଂପତ୍ତି ଥିଲା। ୨୦୧୬ରେ ଏହା  ୨କୋଟି ୧୯ ଲକ୍ଷରେ ପହଞ୍ଚିଥିଲା।

 

Related story