ଚନ୍ଦନ ହତ୍ୟା ମାମଲା: ମୁଖ୍ୟ ଅଭିଯୁକ୍ତର ଆତ୍ମସମର୍ପଣ

ପୁରୀ: ଆଇନଜୀବୀ ଚନ୍ଦନ ବେହେରା ହତ୍ୟା ମାମଲାରେ ଫେରାର ଥିବା ମୁଖ୍ୟ ଅଭିଯୁକ୍ତ ନରେନ୍ଦ୍ରନାଥ ଦାସ ଓରଫ ଲିଟୁ ଆତ୍ମସମର୍ପଣ କରିଛି। ପୁରୀ ଏସ୍‌ଡିଜେଏମ୍‌ କୋର୍ଟକୁ ଆସି ଆଜି ଲିଟୁ ଆତ୍ମସମର୍ପଣ କରିଥିଲା। ବର୍ତ୍ତମାନ ସୁଦ୍ଧା ମୃତ ଚନ୍ଦନଙ୍କ ପତ୍ନୀ ନିବେଦିତାଙ୍କ ସହ ପୋଲିସ ୮ ଜଣଙ୍କୁ ଗିରଫ କରିଛି। ଲିଟୁ ଆତ୍ମସମର୍ପଣ କରିବା ପରେ ଏହି ହତ୍ୟା ଘଟଣାରେ ଆଗକୁ ଆହୁରି ଗୁମର ଫିଟିବ ବୋଲି ପୋଲିସ ଆଶା ରଖିଛି। ଏହି ହତ୍ୟାକାଣ୍ଡର ମାଷ୍ଟର ମାଇଣ୍ଡ […]

chandan death mistri

Rakesh Mallick
  • Published: Wednesday, 18 January 2017
  • , Updated: 18 January 2017, 07:20 PM IST

ପୁରୀ: ଆଇନଜୀବୀ ଚନ୍ଦନ ବେହେରା ହତ୍ୟା ମାମଲାରେ ଫେରାର ଥିବା ମୁଖ୍ୟ ଅଭିଯୁକ୍ତ ନରେନ୍ଦ୍ରନାଥ ଦାସ ଓରଫ ଲିଟୁ ଆତ୍ମସମର୍ପଣ କରିଛି। ପୁରୀ ଏସ୍‌ଡିଜେଏମ୍‌ କୋର୍ଟକୁ ଆସି ଆଜି ଲିଟୁ ଆତ୍ମସମର୍ପଣ କରିଥିଲା। ବର୍ତ୍ତମାନ ସୁଦ୍ଧା ମୃତ ଚନ୍ଦନଙ୍କ ପତ୍ନୀ ନିବେଦିତାଙ୍କ ସହ ପୋଲିସ ୮ ଜଣଙ୍କୁ ଗିରଫ କରିଛି।

ଲିଟୁ ଆତ୍ମସମର୍ପଣ କରିବା ପରେ ଏହି ହତ୍ୟା ଘଟଣାରେ ଆଗକୁ ଆହୁରି ଗୁମର ଫିଟିବ ବୋଲି ପୋଲିସ ଆଶା ରଖିଛି।

ଏହି ହତ୍ୟାକାଣ୍ଡର ମାଷ୍ଟର ମାଇଣ୍ଡ ମୃତ ଚନ୍ଦନଙ୍କ ପତ୍ନୀ ଥିଲେ ଓ ତାଙ୍କ ଅଚଳାଚଳ ସମ୍ପତ୍ତିର ମାଲିକାଣି ହେବାକୁ ସେ ସୁପାରୀ ଦେଇ ଏହି ଜଘନ୍ୟ କାଣ୍ଡ ଭିଆଇଥିବା ପୂର୍ବରୁ ପୋଲିସ କହିଥିଲା।

ଗତ ୮ ତାରିଖରେ ଚନ୍ଦନ ବେହେରାଙ୍କୁ ତାଙ୍କ ହୋଟେଲ ସାଇ ଚନ୍ଦନ ନିକଟରେ ବୀଭତ୍ସ ଭାବେ ହତ୍ୟା କରାଯାଇଥିଲା।

Related story