ବୋମା ମାଡ଼ରେ ଜଣେ ଗୁରୁତର, କେଶପୁରରେ ଉତ୍ତେଜନା

କଟକ: କଟକରେ ବୋମା ମାଡ଼ ହୋଇଛି। ଗତକାଲି ବିଳମ୍ୱିତ ରାତିରେ କେଶପୁର ଅଞ୍ଚଳର ମହମ୍ମଦ ସାଜନଙ୍କ ଘର ଉପରକୁ ୪ ଜଣ ଦୁର୍ବୃତ୍ତ ବୋମା ମାଡ଼ କରି ପଳାଇବାକୁ ଉଦ୍ୟମ କରୁଥିବା ବେଳେ ସ୍ଥାନୀୟ ଲୋକେ ସେମାନଙ୍କୁ କାବୁ କରିବାକୁ ଚେଷ୍ଟା କରିଥିଲେ। ସେହି ସମୟରେ ଜଣେ ଦୁର୍ବୃତ୍ତ ବାଇକ ଛାଡ଼ି ପଳାଇ ଯାଇଥିଲା। ଫଳରେ ଉତ୍ତ୍ୟକ୍ତ ଗାଁ ଲୋକେ ଉକ୍ତ ବାଇକକୁ ପୋଡ଼ି ଦେଇଥିଲେ। ମଙ୍ଗଳାବାଗ ଥାନା ପୋଲିସ ଘଟଣାସ୍ଥଳରେ ପହଞ୍ଚି ଦୁଇଟି ଅଫୁଟା ବୋମା ଜବତ […]

cuttack

Rakesh Mallick
  • Published: Saturday, 25 March 2017
  • , Updated: 25 March 2017, 03:36 PM IST

କଟକ: କଟକରେ ବୋମା ମାଡ଼ ହୋଇଛି। ଗତକାଲି ବିଳମ୍ୱିତ ରାତିରେ କେଶପୁର ଅଞ୍ଚଳର ମହମ୍ମଦ ସାଜନଙ୍କ ଘର ଉପରକୁ ୪ ଜଣ ଦୁର୍ବୃତ୍ତ ବୋମା ମାଡ଼ କରି ପଳାଇବାକୁ ଉଦ୍ୟମ କରୁଥିବା ବେଳେ ସ୍ଥାନୀୟ ଲୋକେ ସେମାନଙ୍କୁ କାବୁ କରିବାକୁ ଚେଷ୍ଟା କରିଥିଲେ। ସେହି ସମୟରେ ଜଣେ ଦୁର୍ବୃତ୍ତ ବାଇକ ଛାଡ଼ି ପଳାଇ ଯାଇଥିଲା। ଫଳରେ ଉତ୍ତ୍ୟକ୍ତ ଗାଁ ଲୋକେ ଉକ୍ତ ବାଇକକୁ ପୋଡ଼ି ଦେଇଥିଲେ।

ମଙ୍ଗଳାବାଗ ଥାନା ପୋଲିସ ଘଟଣାସ୍ଥଳରେ ପହଞ୍ଚି ଦୁଇଟି ଅଫୁଟା ବୋମା ଜବତ କରିଛି। ଏହାସହ ବୋମା ମାଡ଼ରେ ଗୁରୁତର ଆହତ ମହମ୍ମଦଙ୍କୁ କଟକ ବଡ଼ ମେଡ଼ିକାଲରେ ଭର୍ତ୍ତି କରିଛି। ପୂର୍ବ ଶତ୍ରୁତା ବୋମା ମାଡ଼ ହୋଇଥିବା ପୋଲିସ ସନ୍ଦେହ କରୁଛି। ସୁରକ୍ଷା ଦୃଷ୍ଟିରୁ ଗାଁରେ ବ୍ୟାପକ ପୋଲିସ ଫୋର୍ସ ମୁତୟନ କରାଯାଇଛି।

Related story