କଟକ: ଡି-ବ୍ରଦର୍ସଙ୍କ ସହ ଲିଙ୍କ୍ ଥିବା ଅଭିଯୋଗରେ ଆଜି କଟକ ମହାନଗର ନିଗମର ୭ ନମ୍ବର ୱାର୍ଡ କର୍ପୋରେଟର ରଞ୍ଜିତା ବିଶ୍ୱାଳଙ୍କୁ ଜେରା କରୁଛି ମହିଳା ଥାନା ପୋଲିସ୍। ରଞ୍ଜିତାଙ୍କୁ ଦ୍ୱିତୀୟ ଥର ପାଇଁ ପୋଲିସ୍ ଜେରା କରୁଛି।
ଗତ ୧୩ ତାରିଖରେ ମହିଳା ଥାନାରେ ମାରାଥନ୍ ଜେରା ହେବା ପରେ ରଞ୍ଜିତା କହିଥିଲେ ଯେ ସେ କଟକ ନଗର ଯୁବକ ସଂଘର ଯୁଗ୍ମ ସମ୍ପାଦିକା ଥିଲେ। ସେହି ସୁତ୍ରରେ ଧଳସାମନ୍ତ ଭ୍ରାତାଙ୍କ ସହିତ ସଂପର୍କ ଥିଲା। ବିଭିନ୍ନ ସାମାଜିକ କାମରେ ସେମାନଙ୍କ ସହିତ ଦେଖା ହେଉଥିଲା। ତଦନ୍ତରେ ସେ ପୋଲିସ୍କୁ ସମସ୍ତ ପ୍ରକାର ସାହାଯ୍ୟ କରିବେ ବୋଲି କହିଥିଲେ।
ଜେରା ସମୟରେ ଡି-ବ୍ରଦର୍ସଙ୍କ ସହ ରଞ୍ଜିତାଙ୍କର ଲିଙ୍କ୍ ସମ୍ପର୍କରେ ପୋଲିସ୍ କିଛି ସୁରାକ୍ ପାଇଥିଲା।
ଡି-ବ୍ରଦର୍ସଙ୍କର ବିଭିନ୍ନ କାର୍ଯ୍ୟକ୍ରମରେ ରଞ୍ଜିତା ଉପସ୍ଥିତ ଥିବାର ଫଟୋକୁ ଆଧାର କରି ପୋଲିସ ତାଙ୍କୁ ଜେରା କରୁଥିବା ଜଣାପଡ଼ିଛି।
ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।
Related Stories
Crime
Z1ରେ ରହିଛି ହଂସିକାଙ୍କ ୩ଟି ଫ୍ଲାଟ୍; IT ଓ ପୁଲିସ୍ ଚଢ଼ଉ
ଠକେଇ ରାଣୀ ହଂସିକା ଅଭିଲିପ୍ସା ଓ ତାଙ୍କ ସ୍ୱାମୀ ଅନୀଲ ମହାନ୍ତିଙ୍କ ପେଡି ଖୋଲିବା ପାଇଁ ଉଭୟଙ୍କୁ ରିମାଣ୍ଡରେ ଆଣିଥିଲା ଆୟକର ବିଭାଗ(IT) ଓ କମିସନରେଟ୍ ପୁଲିସ୍।। କୋର୍ଟଙ୍କ ଅନୁମତି ପରେ ଉଭୟଙ୍କୁ ଜେରା ପାଇଁ ଆଣିଥିଲେ।
Crime
ନାବାଳିକାଙ୍କୁ ଦୁଷ୍କର୍ମ ଉଦ୍ୟମ, ପ୍ରତିବାଦ କରିବାରୁ ଛୁରା ମାଡ଼
ନାବାଳିକାଜଣକ ପ୍ରତିବାଦ କରିବାରୁ ଯୁବକ ପାଲଟିଗଲେ ପିଶାଚ। ରକ୍ତମୁଖା ପାଲଟି ଏକ ଛୁରୀରେ ନାବାଳିକାଙ୍କୁ ଏକାଧିକ ଥର କଲେ ଛୁରା ମାଡ଼ ।
Crime
ନକଲି ସୁନା ଦେଇ ଲୁଟିବାକୁ ବସିଥିଲେ, ମାଡ଼ି ବସିଲା ପୁଲିସ୍
ଦେଖିବାକୁ ପୁରା ସୁନା ପରି ଚିକଚିକ୍ କରୁଥିଲା। ତିଳେ ବି ସନ୍ଦେହ ହେବାର ନ ଥିଲା। ଏପରି ନକଲି ସୁନା ଦେଇ ଅସଲି ଟଙ୍କା ଲୁଟିବାକୁ ବସିଥିଲା ଧୂର୍ତ୍ତ । ମାତ୍ର ତା’ ପୂର୍ବରୁ ମାଡ଼ି ବସିଲା ପୁଲିସ୍।
Crime
ଅବକାରୀ କର୍ମଚାରୀଙ୍କୁ ଗୋଡ଼ାଇ ଗୋଡ଼ାଇ ପିଟିଲେ ଗାଁ ଲୋକେ, ଦୁଇ ଗୁରୁତର
କନର୍ଲା ଗାଁରେ ବିପୁଳ ବେଆଇନ ମଦ କାରବାର ହେଉଥିବା ନେଇ ଅବକାରୀ ବିଭାଗ ପାଖରେ ଖବର ପହଞ୍ଚିଥିଲା। ଏହାପରେ ଅତର୍କିତ ଭାବେ ସଦର ଅବକାରୀ ଟିମ୍ କନର୍ଲା ଗାଁରେ ଚଢାଉ କରିଥିଲା।
Crime
ଅଳିଆ ପକାଇବାକୁ ନେଇ ତୁମୁଳକାଣ୍ଡ, ୩ ଗୁରୁତର
ଅଳିଆ ପକାଇବାକୁ ନେଇ ଦୁଇ ଗାଁ ଲୋକ ହାତାହାତି ହେବା ସହ ଟେକା ପଥର ମାଡ ହୋଇଥିଲା।