ଡି’ ବ୍ରଦର୍ସ ମାମଲା: ଯୁଗପ୍ରକାଶ କାନୁନଗୋ ଗିରଫ, ବନ୍ଧୁକ, ଡାଏରୀ, କାର ଜବତ

କଟକ: ଡି’ ବ୍ରଦର୍ସଙ୍କ ସହ ବ୍ୟବସାୟିକ ସମ୍ପର୍କ ରଖିଥିବା ଅଭିଯୋଗରେ କଟକର କୁଖ୍ୟାତ ଅପରାଧୀ ଯୁଗ ପ୍ରକାଶ କାନୁନଗୋକୁ ଆଜି ପୋଲିସ ଗିରଫ କରିଛି। ଏହାସହ ତାଙ୍କ ଘରୁ ବନ୍ଧୁକ, ଡାଏରୀ, କାର ସହ ବିଭିନ୍ନ ମାରଣାସ୍ତ୍ର ମଧ୍ୟ ଜବତ କରାଯାଇଛି। ସେହିପରି ମାଲଗୋଦାମ ଡାଲି ବ୍ୟବସାୟୀ ଶେଖ ଫାରୁକ ମାମଲାର ପୁଣି ଥରେ ତଦନ୍ତ ହେବ ବୋଲି ପୋଲିସ କମିଶନର କହିଛନ୍ତି। ସେହିପରି ଦୁଇଭାଙ୍କ ସହ ଲିଙ୍କ ଅଭିଯୋଗରେ ପୋଲିସ କଟକର ପ୍ରମୋଦ ପାତ୍ର ଓରଫ […]

cuutack- d@ brother

cuutack- d@ brother

Rakesh Mallick
  • Published: Saturday, 20 February 2016
  • Updated: 20 February 2016, 04:24 PM IST

Sports

Latest News

କଟକ: ଡି’ ବ୍ରଦର୍ସଙ୍କ ସହ ବ୍ୟବସାୟିକ ସମ୍ପର୍କ ରଖିଥିବା ଅଭିଯୋଗରେ କଟକର କୁଖ୍ୟାତ ଅପରାଧୀ ଯୁଗ ପ୍ରକାଶ କାନୁନଗୋକୁ ଆଜି ପୋଲିସ ଗିରଫ କରିଛି। ଏହାସହ ତାଙ୍କ ଘରୁ ବନ୍ଧୁକ, ଡାଏରୀ, କାର ସହ ବିଭିନ୍ନ ମାରଣାସ୍ତ୍ର ମଧ୍ୟ ଜବତ କରାଯାଇଛି। ସେହିପରି ମାଲଗୋଦାମ ଡାଲି ବ୍ୟବସାୟୀ ଶେଖ ଫାରୁକ ମାମଲାର ପୁଣି ଥରେ ତଦନ୍ତ ହେବ ବୋଲି ପୋଲିସ କମିଶନର କହିଛନ୍ତି। ସେହିପରି ଦୁଇଭାଙ୍କ ସହ ଲିଙ୍କ ଅଭିଯୋଗରେ ପୋଲିସ କଟକର ପ୍ରମୋଦ ପାତ୍ର ଓରଫ ଭୂଆଁକୁ ଘରୁ ଉଠାଇ ନେଇ ପଚରାଉଚରା କରୁଛି।

ctc-juga-prakashଦୀର୍ଘଦିନ ଧରି ଅପରାଧ ଜଗତରୁ ଦୂରେଇ ରହିଥିବା ଯୁଗ ପ୍ରକାଶଙ୍କ ଘରେ ପୋଲିସ ଆଜି ଚଢାଉ କରିଥିଲା। ଚଢାଉ ବେଳେ ଏକ ବନ୍ଧୁକ, ୫୦ ଅଫୁଟା ଗୁଳି, ବିଭିନ୍ନ ମାରଣାସ୍ତ୍ର, ୪ଟି ଗାଡି, ୧୪ଟି ପାସ୍‌ବୁକ୍‌, ଡାଏରୀ ଓ ସିଡି ଜବତ କରାଯାଇଛି। କଟକ, ଜଗତସିଂହପୁର ଓ କେନ୍ଦ୍ରାପଡା ଜିଲ୍ଲାର ବିଭିନ୍ନ ଥାନାରେ ତା’ ନାଁରେ ହତ୍ୟା, ଦାଦାବଟି ଆଦାୟ ଭଳି ସଙ୍ଗୀନ ମାମଲା ରହିଛି। ପ୍ରାୟ ଏକ ଦଶନ୍ଧି ଧରି ଅପରାଧ ଜଗତରୁ ଦୂରେଇ ରହିଥିବା ଯୁଗପ୍ରକାଶ ଅନ୍ନପୂର୍ଣ୍ଣା ଥିଏଟରର ସମ୍ପାଦକ ରହିଥିବା ବେଳେ ଅନେକ ସାଂସ୍କୃତିକ ଅନୁଷ୍ଠାନ ସହ ସମ୍ପୃକ୍ତ। ତେବେ ଧଳସାମନ୍ତ ବ୍ରଦର୍ସଙ୍କ ସହ ମିଶି ଟେଣ୍ଡର ଫିକ୍ସିଂ ଓ ବାଲିଘାଟ ଭଳି ବ୍ୟବସାୟ କରୁଥିବା ନେଇ ପ୍ରମାଣ ପାଇବା ପରେ ପୋଲିସ ଚଢାଉ କରିଥିଲା।

ସେହିପରି ଡାଲି ବ୍ୟବସାୟୀ ଶେଖ ଫାରୁକଙ୍କ ହତ୍ୟା ମାମଲାର ପୁଣି ଥରେ ତଦନ୍ତ ହେବ ବୋଲି ପୋଲିସ କମିଶନର ସୂଚନା ଦେଇଛନ୍ତି। ୨୦୧୪ ନଭେମ୍ବରରେ ଫାରୁକଙ୍କୁ ହତ୍ୟା କରାଯାଇଥିଲା। ତେବେ ଏହି ଘଟଣା ପଛରେ ଡି’ ବ୍ରଦର୍ସଙ୍କ ହାତ ଥାଇପାରେ ବୋଲି ତାଙ୍କ ପତ୍ନୀ ସନ୍ଦେହ କରିଥିଲେ।

ସେହିପରି କମିଶନରେଟ ପୋଲିସ ପ୍ରମୋଦ ପାତ୍ର ଓରଫ ଭୂଆଁକୁ ଉଠାଇ ନେଇ ଚାଉଳିଆଗଞ୍ଜ ଥାନାରେ ପଚରାଉଚରା କରୁଛି। ଶଙ୍କରପୁରସ୍ଥିତ ତା’ ଘରେ ଚଢାଉ ବେଳେ ପୋଲିସ ୭୨ ଲକ୍ଷ ଟଙ୍କା ଜବତ କରିଛି। ଖୋଦ୍‌ ଡିସିପି ଚଢାଉରେ ସାମିଲ ହୋଇଛନ୍ତି। ସେହିପରି ୨୦ ଜଣ ଅଫିସର ଓ ୨ ପ୍ଲାଟୁନ ଫୋର୍ସ ମୁତୟନ ହୋଇଛନ୍ତି।

ଶଙ୍କରପୁର-ବାଦାମବାଡ଼ି ପୂଜା କମିଟି ସଭାପତି ଥିବା ଭୂଆଁ ନାଁରେ ପୂର୍ବରୁ ହତ୍ୟା, ହତ୍ୟା ଉଦ୍ୟମ, ଦାଦାବଟି ଆଦାୟ, ଗୁଳି ଓ ବୋମାମାଡ଼ ଭଳି ବହୁ ସଙ୍ଗୀନ ଅଭିଯୋଗ ରହିଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story