ଦମ୍ପତିଙ୍କୁ ଆକ୍ରମଣ କରି ଡକାୟତି

ଆଳି: କେନ୍ଦ୍ରାପଡା ଜିଲ୍ଲା ଆଳି ଥାନା ଅନ୍ତର୍ଗତ ଚୂନବନ୍ଧ ଗାଁରେ ଗତକାଲି ସଶସ୍ତ୍ର ଡକାୟତି ହୋଇଛି। ଡକାୟତମାନେ ଘରେ ପଶି ଦମ୍ପତିଙ୍କୁ ଆକ୍ରମଣ କରିବା ସହ ୨ ଲକ୍ଷ ଟଙ୍କାର ସୁନା ଅଳଙ୍କାର ଓ ୨୦ ହଜାର ଟଙ୍କା ଲୁଟି ନେଇଛନ୍ତି। ଡକାୟତଙ୍କ ଆକ୍ରମଣରେ ଆହତ ଦମ୍ପତିଙ୍କୁ ଆଳି ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି। ଏନେଇ ଅଭିଯୋଗ ହେବା ପରେ ପୋଲିସ ଏକ ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରିଛି। ଅଭିଯୋଗ ଅନୁସାରେ ଚୂନବନ୍ଧ ଗାଁର ବନମାଳି […]

aul

Rakesh Mallick
  • Published: Thursday, 23 February 2017
  • , Updated: 23 February 2017, 05:06 PM IST

ଆଳି: କେନ୍ଦ୍ରାପଡା ଜିଲ୍ଲା ଆଳି ଥାନା ଅନ୍ତର୍ଗତ ଚୂନବନ୍ଧ ଗାଁରେ ଗତକାଲି ସଶସ୍ତ୍ର ଡକାୟତି ହୋଇଛି। ଡକାୟତମାନେ ଘରେ ପଶି ଦମ୍ପତିଙ୍କୁ ଆକ୍ରମଣ କରିବା ସହ ୨ ଲକ୍ଷ ଟଙ୍କାର ସୁନା ଅଳଙ୍କାର ଓ ୨୦ ହଜାର ଟଙ୍କା ଲୁଟି ନେଇଛନ୍ତି। ଡକାୟତଙ୍କ ଆକ୍ରମଣରେ ଆହତ ଦମ୍ପତିଙ୍କୁ ଆଳି ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି। ଏନେଇ ଅଭିଯୋଗ ହେବା ପରେ ପୋଲିସ ଏକ ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରିଛି।

ଅଭିଯୋଗ ଅନୁସାରେ ଚୂନବନ୍ଧ ଗାଁର ବନମାଳି ବେହେରା ଓ ତାଙ୍କ ପତ୍ନୀ ସାବିତ୍ରୀ ଘରେ ଏକା ଥିବା ବେଳେ ୪ ଜଣ ଡକାୟତ କବାଟ ତାଢି ଘରେ ପଶିବାକୁ ଉଦ୍ୟମ କରିଥିଲେ। ଏହା ଜାଣି ଦମ୍ପତି ସେମାନଙ୍କୁ ବିରୋଧ କରିବାରୁ ଡକାୟତମାନେ ସେମାନଙ୍କୁ ଆକ୍ରମଣ କରିଥିଲେ।

Related story