ବିଇଓଙ୍କ କାର୍ଯ୍ୟାଳୟରେ ଡାଟା ଏଣ୍ଟ୍ରି କର୍ମଚାରୀଙ୍କ ସନ୍ଦେହଜନକ ମୃତ୍ୟୁ

ଅଚେତ ଅବସ୍ଥାରେ ପଡ଼ିଥିବା ଡାଟା ଏଣ୍ଟ୍ରି କର୍ମଚାରୀଙ୍କୁ ଡାକ୍ତରଖାନା ନେଇଯାଇଥିଲେ ଅନ୍ୟ କର୍ମଚାରୀ।

ବଳଦେବ ଗରଡ଼ା

  • Published: Wednesday, 11 September 2024
  • , Updated: 11 September 2024, 08:08 PM IST

ରାୟଗଡ଼ା ଜିଲ୍ଲା ବିଷମକଟକ ବ୍ଲକ ଶିକ୍ଷା ଅଧିକାରୀ (ବିଇଓ)ଙ୍କ କାର୍ଯ୍ୟାଳୟରେ ଜଣେ ଡାଟା ଏଣ୍ଟ୍ରି କର୍ମଚାରୀଙ୍କର ସନ୍ଦେହଜନକ ଅବସ୍ଥାରେ ମୃତ୍ୟୁ ଘଟିଛି। ତାଙ୍କ ନାଁ ବଳଦେବ ଗରଡ଼ା। ତାଙ୍କ ଘର ରାୟଗଡ଼ା ଜିଲ୍ଲା କୁମ୍ଭିକଟା ଗାଁରେ।

ବଳଦେବ ଗରଡ଼ା ଦୀର୍ଘ ଦିନ ହେବ ବ୍ଲକ ଶିକ୍ଷା ଅଧିକାରୀ (ବିଇଓ)ଙ୍କ କାର୍ଯ୍ୟାଳୟରେ ରହିଆସୁଥିଲେ। ପ୍ରତିଦିନ ପରି ଆଜି ଅନ୍ୟ କର୍ମଚାରୀମାନେ କାର୍ଯ୍ୟରେ ଯୋଗ ଦେବାକୁ ଆସିବା ପରେ ବଳଦେବ ଗରଡ଼ା ଅଚେତା ଅବସ୍ଥାରେ ପଡ଼ିରହିଥିବା ଦେଖିଥିଲେ।

କର୍ମଚାରୀମାନେ ତୁରନ୍ତ ତାଙ୍କୁ ଉଦ୍ଧାର କରି ସ୍ଥାନୀୟ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି କରିଥିଲେ। ତେବେ ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ।

ଏହା ପରେ ବ୍ଲକ ଶିକ୍ଷା ଅଧିକାରୀ ଘଟଣା ସଂପର୍କରେ ବିଷମକଟକ ଥାନାରେ ଲିଖତ ଅଭିଯୋଗ କରିଥିଲେ। ବିଷମକଟକ ପୁଲିସ ଡାକ୍ତରଖାନାରେ ପହଞ୍ଚି ମୃତଦେହକୁ ଜବତ କରିବା ସହିତ ବ୍ୟବଚ୍ଛେଦ ପାଇଁ ପଠାଇଥିଲା। ବ୍ୟବଚ୍ଛେଦ ପରେ ମୃତଦେହକୁ ପରିବାର ଲୋକଙ୍କୁ ହସ୍ତାନ୍ତର କରାଯାଇଥିବା ବେଳେ ପୁଲିସ ଘଟଣାର ତଦନ୍ତ କରୁଛି।

ରିପୋର୍ଟ- ରାୟଗଡ଼ାରୁ ମାଉଡ଼ି ବାରିକ

Related story