ମାର୍କେଟିଂ ଗାଡ଼ିରୁ ଲୁଟ୍ ଘଟଣାରେ ୫ ଗିରଫ

ଦେବଗଡ଼: ଦେବଗଡ଼ ଜିଲ୍ଲା ବାରକୋଟ ଥାନା ଅନ୍ତର୍ଗତ ସିଂହଶାଳ ଗାଁରେ ଏକ ମାର୍କେଟିଂ ଗାଡ଼ିରୁ ସାଢ଼େ ଚାରି ଲକ୍ଷ ଟଙ୍କା ଲୁଟ୍ ମାମଲାରେ ପୋଲିସ୍ ୫ ଜଣଙ୍କୁ ଗିରଫ କରିଛି। ସେମାନଙ୍କ ଠାରୁ ୧,୭୬,୮୦୦ ଟଙ୍କା ଜବତ କରାଯାଇଛି। ଗିରଫ ଅଭିଯୁକ୍ତଙ୍କ ମଧ୍ୟରେ ଅଛନ୍ତି ଉକ୍ତ ମାର୍କେଟିଂ ଗାଡ଼ିର ଡ୍ରାଇଭର ତୋଫାନ ଧଳ, ମ୍ୟାନେଜର ଲଗେନ ବଣିତୁଳ। ଏ ଦୁଇ ଜଣ ଏ ଲୁଟ୍‌ର ଷଡ଼ଯନ୍ତ୍ର ରଚିଥିଲେ। ଗିରଫ ଅନ୍ୟ ତିନି ଅଭିଯୁକ୍ତ ହେଲେ ଅନୁଗୋଳ ଜିଲ୍ଲା […]

thieves

Rakesh Mallick
  • Published: Thursday, 16 February 2017
  • , Updated: 16 February 2017, 06:17 PM IST

ଦେବଗଡ଼: ଦେବଗଡ଼ ଜିଲ୍ଲା ବାରକୋଟ ଥାନା ଅନ୍ତର୍ଗତ ସିଂହଶାଳ ଗାଁରେ ଏକ ମାର୍କେଟିଂ ଗାଡ଼ିରୁ ସାଢ଼େ ଚାରି ଲକ୍ଷ ଟଙ୍କା ଲୁଟ୍ ମାମଲାରେ ପୋଲିସ୍ ୫ ଜଣଙ୍କୁ ଗିରଫ କରିଛି। ସେମାନଙ୍କ ଠାରୁ ୧,୭୬,୮୦୦ ଟଙ୍କା ଜବତ କରାଯାଇଛି।

ଗିରଫ ଅଭିଯୁକ୍ତଙ୍କ ମଧ୍ୟରେ ଅଛନ୍ତି ଉକ୍ତ ମାର୍କେଟିଂ ଗାଡ଼ିର ଡ୍ରାଇଭର ତୋଫାନ ଧଳ, ମ୍ୟାନେଜର ଲଗେନ ବଣିତୁଳ। ଏ ଦୁଇ ଜଣ ଏ ଲୁଟ୍‌ର ଷଡ଼ଯନ୍ତ୍ର ରଚିଥିଲେ। ଗିରଫ ଅନ୍ୟ ତିନି ଅଭିଯୁକ୍ତ ହେଲେ ଅନୁଗୋଳ ଜିଲ୍ଲା ରନ୍ତଲେଇ ଗାଁର ଅଜିତ କୁମାର ସାହୁ, ଶ୍ରୀକାନ୍ତ ଭୁତିଆ ଓ ଅଞ୍ଜନ ରାଉଳ। ମୁଖ୍ୟ ଅଭିଯୁକ୍ତ ଜ୍ୟୋତି ନାୟକ ଫେରାର ଅଛି। ତା’ ଘର ବି ରନ୍ତଲେଇରେ।

ଗତ ବର୍ଷ ଅକ୍ଟୋବର ୨୯ ତାରିଖରେ ଏ ଘଟଣା ଘଟିଥିଲା।

Related story