ବଲାଙ୍ଗିର: ଲାଞ୍ଚ ନେଇ ଧରାପଡ଼ିଲେ ଡାକ୍ତର

ବଲାଙ୍ଗିର: ଜଣେ ହାଇଡ୍ରୋସିଲ୍ ରୋଗୀର ଅପରେସନ୍ କରିବା ପାଇଁ ଲାଞ୍ଚ ନେଉଥିବା ବେଲେ ଭିଜିଲାନ୍ସ ଦ୍ୱାରା ଗିରଫ ହୋଇଛନ୍ତି ବଲାଙ୍ଗିର ଜିଲ୍ଳା ମୁଖ୍ୟ ଚିକିତ୍ସାଳୟର ସର୍ଜରୀ ବିଶେଷଜ୍ଞ ପ୍ରଦୀପ୍ତ ମହାପାତ୍ର। ବଲାଙ୍ଗିର ଜିଲ୍ଳା କୁସମାଲ୍ ଗାଁର ମାନସ ନାଏକଙ୍କ ହାଇଡ୍ରୋସିଲ୍ ଅପରେସନ୍ କରିବା ପାଇଁ ସେ ୫ ହଜାର ଟଙ୍କା ଲାଞ୍ଚ ମାଗିଥିଲେ। ସେଥିରୁ ୨ ହଜାର ଟଙ୍କା ଗତକାଲି ମାନସ ତାଙ୍କର ଜଣେ ବନ୍ଧୁ ପ୍ରଦୀପ ସାହୁଙ୍କ ହାତରେ ଡାକ୍ତରଙ୍କ ଘରକୁ ପଠାଇ ଦେଇଥିଲେ। ଆଜି ଅପରେସନ୍ […]

doctor

doctor

Rakesh Mallick
  • Published: Tuesday, 16 February 2016
  • Updated: 16 February 2016, 01:43 PM IST

doctorବଲାଙ୍ଗିର: ଜଣେ ହାଇଡ୍ରୋସିଲ୍ ରୋଗୀର ଅପରେସନ୍ କରିବା ପାଇଁ ଲାଞ୍ଚ ନେଉଥିବା ବେଲେ ଭିଜିଲାନ୍ସ ଦ୍ୱାରା ଗିରଫ ହୋଇଛନ୍ତି ବଲାଙ୍ଗିର ଜିଲ୍ଳା ମୁଖ୍ୟ ଚିକିତ୍ସାଳୟର ସର୍ଜରୀ ବିଶେଷଜ୍ଞ ପ୍ରଦୀପ୍ତ ମହାପାତ୍ର। ବଲାଙ୍ଗିର ଜିଲ୍ଳା କୁସମାଲ୍ ଗାଁର ମାନସ ନାଏକଙ୍କ ହାଇଡ୍ରୋସିଲ୍ ଅପରେସନ୍ କରିବା ପାଇଁ ସେ ୫ ହଜାର ଟଙ୍କା ଲାଞ୍ଚ ମାଗିଥିଲେ। ସେଥିରୁ ୨ ହଜାର ଟଙ୍କା ଗତକାଲି ମାନସ ତାଙ୍କର ଜଣେ ବନ୍ଧୁ ପ୍ରଦୀପ ସାହୁଙ୍କ ହାତରେ ଡାକ୍ତରଙ୍କ ଘରକୁ ପଠାଇ ଦେଇଥିଲେ। ଆଜି ଅପରେସନ୍ ପୂର୍ବରୁ ଡାକ୍ତର ପ୍ରଦୀପ୍ତ ମହାପାତ୍ର ବାକି ତିନି ହଜାର ଟଙ୍କା  ନେଇଥିଲେ। ତା’ପରେ ଅପରେସନ୍ କରିଥିଲେ। ଏହା ପରେ ଜିଲ୍ଳା ମୁଖ୍ୟ ଚିକିତ୍ସାଳୟର ସର୍ଜରୀ ୱାର୍ଡରେ ବଲାଙ୍ଗିର ଓ ସୋନପୁର ଭିଜିଲାନ୍ସର ମିଳିତ ଟିମ୍ ଚଢ଼ାଉ କରିଥିଲା। ସେ ମାନସଙ୍କଠାରୁ ନେଇଥିବା ୩ ହଜାର ଟଙ୍କା ମଧ୍ୟରୁ ଦୁଇ ହଜାର ଟଙ୍କା ଜବତ କରାଯାଇଛି।

ବଲାଙ୍ଗିର ଭିଜିଲାନ୍ସ ଡିଏସ୍‌ପି ଅଭିରାମ କର କହିଛନ୍ତି ଯେ ଡାକ୍ତର ପ୍ରଦୀପ୍ତ ମହାପାତ୍ର ଅପରେସନ୍ କରିବା ପାଇଁ ମାନସଙ୍କୁ ୫ ହଜାର ଟଙ୍କା ଲାଞ୍ଚ ମାଗିଥିଲେ। ୨ ହଜାର ଟଙ୍କା ଆଡଭାନ୍ସ ଆକରରେ ନେଇଥିଲେ। ଆଜି ଅପରେସନ୍ ପୂର୍ବରୁ ସେ ବାକି ୩ ହଜାର ଟଙ୍କା ନେଇଥିଲେ। ଟଙ୍କା ନେବା ପରେ ଯାଇ ଅପରେସନ୍ କରି ଥିଲେ। ସେ ସକାଳ ୯.୪୦ରେ ଟଙ୍କା ନେଇ ଥିଲେ। ତେବେ ସେ ମାନସ ସମେତ ଅନ୍ୟମାନଙ୍କ ଅପରେସନ୍ ସାରିବା ପରେ ଓ ରୋଗୀମାନଙ୍କୁ ଚେକ୍ କରି ସାରିବା ପରେ ତାଙ୍କୁ ଗିରଫ କରାଯାଇଥିଲା। ତାଙ୍କଠାରୁ ମାନସ ଦେଇଥିବା ୩୦୦୦ ଟଙ୍କା ମଧ୍ୟରୁ ଦୁଇ ହଜାର ଟଙ୍କା ଜବତ କରାଯାଇଥିଲା। ତେବେ ଏହାକୁ ଛାଡ଼ି ତାଙ୍କଠାରୁ ଆଉ ୧୯ ହଜାର ଟଙ୍କା ମିଳିଥିଲା। ସନ୍ଦେହ କରାଯାଉଛି ଯେ ସେ ଅନ୍ୟ ରୋଗୀମାନଙ୍କଠାରୁ ଏହି ଟଙ୍କା ଆଦାୟ କରିଛନ୍ତି।

 

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos