ଫେସ୍‌ବୁକରୁ ପ୍ରେମ ପ୍ରତାରଣା: ନାବାଳିକାଙ୍କୁ ନାବାଳକଙ୍କ ଦୁଷ୍କର୍ମ ଅଭିଯୋଗ

କଟକ: ଫେସ୍‌ବୁକରୁ ପ୍ରେମ ଓ ପରେ ପ୍ରତାରଣା। ଏପରି ଅଭିଯୋଗ ହୋଇଛି କଟକ ସଦର ଥାନାରେ। ଅଭିଯୋଗକାରିଣୀ ଏବଂ ଅଭିଯୁକ୍ତ ଉଭୟ ନାବାଳିକା ଓ ନାବାଳକ ବୋଲି ଜଣାପଡିଛି। ନାବାଳକ ଜଣଙ୍କ ତାଙ୍କୁ ଦୁଷ୍କର୍ମ କରିଥିବା ପୀଡିତା ଅଭିଯୋଗ କରିଛନ୍ତି। ଅଭିଯୋଗକାରିଣୀ ଯାଜପୁର ମଙ୍ଗଳପୁରର ହୋଇଥିବା ବେଳେ ଅଭିଯୁକ୍ତ କଟକ କୁରଙ୍ଗ ଅଞ୍ଚଳର। ପୋଲିସ ଅଭିଯୁକ୍ତ ନାବାଳକଙ୍କୁ ଗିରଫ କରି ଡାକ୍ତରୀମାଇନା କରିଛି। ଆସନ୍ତାକାଲି ନାବାଳିକାଙ୍କ ଡାକ୍ତରୀମାଇନା କରାଯିବ ବୋଲି ପୋଲିସ କହିଛି। ଏହାସହ ୧୬୪ ଧାରାରେ […]

cuttack1

Rakesh Mallick
  • Published: Monday, 30 January 2017
  • , Updated: 30 January 2017, 08:50 PM IST

କଟକ: ଫେସ୍‌ବୁକରୁ ପ୍ରେମ ଓ ପରେ ପ୍ରତାରଣା। ଏପରି ଅଭିଯୋଗ ହୋଇଛି କଟକ ସଦର ଥାନାରେ। ଅଭିଯୋଗକାରିଣୀ ଏବଂ ଅଭିଯୁକ୍ତ ଉଭୟ ନାବାଳିକା ଓ ନାବାଳକ ବୋଲି ଜଣାପଡିଛି। ନାବାଳକ ଜଣଙ୍କ ତାଙ୍କୁ ଦୁଷ୍କର୍ମ କରିଥିବା ପୀଡିତା ଅଭିଯୋଗ କରିଛନ୍ତି।

ଅଭିଯୋଗକାରିଣୀ ଯାଜପୁର ମଙ୍ଗଳପୁରର ହୋଇଥିବା ବେଳେ ଅଭିଯୁକ୍ତ କଟକ କୁରଙ୍ଗ ଅଞ୍ଚଳର। ପୋଲିସ ଅଭିଯୁକ୍ତ ନାବାଳକଙ୍କୁ ଗିରଫ କରି ଡାକ୍ତରୀମାଇନା କରିଛି। ଆସନ୍ତାକାଲି ନାବାଳିକାଙ୍କ ଡାକ୍ତରୀମାଇନା କରାଯିବ ବୋଲି ପୋଲିସ କହିଛି। ଏହାସହ ୧୬୪ ଧାରାରେ ନାବାଳିକାଙ୍କ ବୟାନ ରେକର୍ଡ କରାଯିବ ବୋଲି ଥାନା ପକ୍ଷରୁ ସୂଚନା ଦିଆଯାଇଛି।

ଉଭୟ ନାବାଳିକା ଓ ନାବାଳକଙ୍କ ମଧ୍ୟରେ ଫେସ୍‌ବୁକରୁ ପ୍ରେମ ହୋଇଥିଲା। ଗତ ୨୬ ତାରିଖରେ ନାବାଳିକା ଜଣଙ୍କ ନାବାଳକଙ୍କୁ ଦେଖା କରିବାକୁ ଆସିଥିଲେ। ତେବେ ୨୯ ତାରିଖରେ ନାବାଳକ ଜଣଙ୍କ ତାଙ୍କୁ ଦୁଷ୍କର୍ମ କରିଥିବା ନେଇ ପୀଡିତା ଆଜି ଅଭିଯୋଗ କରିଥିଲେ।

Related story