ଯାଜପୁର: ୬ ଡକାୟତ ଗିରଫ

ଯାଜପୁର: ଯାଜପୁର ଜିଲ୍ଲା ବାଲିଚନ୍ଦ୍ରପୁର ପୋଲିସ ୬ ଜଣ ଡକାୟତଙ୍କୁ ଗିରଫ କରିବା ସହିତ ସେମାନଙ୍କଠାରୁ ମାରଣାସ୍ତ୍ର ଜବତ କରିଛି। ବାଲିଚନ୍ଦ୍ରପୁର ଥାନା ଅନ୍ତର୍ଗତ ଜାତୀୟ ରାଜପଥ କଡ଼ରେ ଥିବା ଏକ ପେଟ୍ରୋଲ୍ ପମ୍ପରେ ଡକାୟତି କରିବା ଉଦ୍ଦେଶ୍ୟରେ ଏହି ଡକାୟତମାନେ ପ୍ରସ୍ତୁତ ହେଉଥିବା ବେଳେ ପୋଲିସ କୌଣସି ସୂତ୍ରରୁ ଖବର ପାଇ ସେମାନଙ୍କୁ ଗିରଫ କରିବାରେ ସଫଳ ହୋଇଥିଲା। ସେମାନଙ୍କ ନାମରେ ଯାଜପୁର ଓ ଢେଙ୍କ।ନାଳ ଜିଲ୍ଲାର ବିଭିନ୍ନ ଥାନାରେ ଏକାଧିକ ଡକାୟତି, ଚୋରି ଓ […]

jajpurdakayat

Rakesh Mallick
  • Published: Friday, 21 August 2015
  • , Updated: 21 August 2015, 12:31 PM IST

ଯାଜପୁର: ଯାଜପୁର ଜିଲ୍ଲା ବାଲିଚନ୍ଦ୍ରପୁର ପୋଲିସ ୬ ଜଣ ଡକାୟତଙ୍କୁ ଗିରଫ କରିବା ସହିତ ସେମାନଙ୍କଠାରୁ ମାରଣାସ୍ତ୍ର ଜବତ କରିଛି। ବାଲିଚନ୍ଦ୍ରପୁର ଥାନା ଅନ୍ତର୍ଗତ ଜାତୀୟ ରାଜପଥ କଡ଼ରେ ଥିବା ଏକ ପେଟ୍ରୋଲ୍ ପମ୍ପରେ ଡକାୟତି କରିବା ଉଦ୍ଦେଶ୍ୟରେ ଏହି ଡକାୟତମାନେ ପ୍ରସ୍ତୁତ ହେଉଥିବା ବେଳେ ପୋଲିସ କୌଣସି ସୂତ୍ରରୁ ଖବର ପାଇ ସେମାନଙ୍କୁ ଗିରଫ କରିବାରେ ସଫଳ ହୋଇଥିଲା। ସେମାନଙ୍କ ନାମରେ ଯାଜପୁର ଓ ଢେଙ୍କ।ନାଳ ଜିଲ୍ଲାର ବିଭିନ୍ନ ଥାନାରେ ଏକାଧିକ ଡକାୟତି, ଚୋରି ଓ ରାହାଜାନି ମାମଲା ରହିଛି। ପୋଲିସ ଆଜି ସେମାନଙ୍କୁ କୋର୍ଟ ଚାଲାଣ କରିଛି।

Related story