ଟ୍ରକ୍‌ ଚୋର ଗିରଫ

ଯାଜପୁର: ଯାଜପୁର ଜିଲ୍ଲା ବ୍ୟାସନଗରର ଚୋରଦା ବାଇପାସ୍‌ରୁ ଜଣେ ଟ୍ରକ୍ ଚୋରକୁ ଗିରଫ କରିଛି ପୋଲିସ୍। ତା’ ନାଁ ଧୀରଜ କୁମାର ମୁଣ୍ଡା। ତା’ ଘର କେନ୍ଦୁଝର ଅଞ୍ଚଳରେ ବୋଲି ଜଣାପଡ଼ିଛି। ପୋଲିସ୍ ତାକୁ କୋର୍ଟ ଚାଲାଣ କରିଥିବା ବେଳେ ରିମାଣ୍ଡରେ ଆଣି ଅଧିକ ପଚରାଉଚରା କରିବ। ଧୀରଜ ଚୋରଦା ବାଇପାସ୍‌ରେ ରାସ୍ତାକଡ଼ରୁ ଏକ ୧୦ ଚକିଆ ଟ୍ରକ୍ ଚୋରି କରି ଫେରାର ହୋଇଯିବାକୁ ଉଦ୍ୟମ କରୁଥିବା ବେଳେ ସ୍ଥାନୀୟ ଲୋକ ଓ ଟ୍ରକ୍ ମାଲିକ ତାକୁ […]

truck-lootera

Rakesh Mallick
  • Published: Sunday, 29 January 2017
  • , Updated: 29 January 2017, 04:53 PM IST

ଯାଜପୁର: ଯାଜପୁର ଜିଲ୍ଲା ବ୍ୟାସନଗରର ଚୋରଦା ବାଇପାସ୍‌ରୁ ଜଣେ ଟ୍ରକ୍ ଚୋରକୁ ଗିରଫ କରିଛି ପୋଲିସ୍। ତା’ ନାଁ ଧୀରଜ କୁମାର ମୁଣ୍ଡା। ତା’ ଘର କେନ୍ଦୁଝର ଅଞ୍ଚଳରେ ବୋଲି ଜଣାପଡ଼ିଛି। ପୋଲିସ୍ ତାକୁ କୋର୍ଟ ଚାଲାଣ କରିଥିବା ବେଳେ ରିମାଣ୍ଡରେ ଆଣି ଅଧିକ ପଚରାଉଚରା କରିବ।

ଧୀରଜ ଚୋରଦା ବାଇପାସ୍‌ରେ ରାସ୍ତାକଡ଼ରୁ ଏକ ୧୦ ଚକିଆ ଟ୍ରକ୍ ଚୋରି କରି ଫେରାର ହୋଇଯିବାକୁ ଉଦ୍ୟମ କରୁଥିବା ବେଳେ ସ୍ଥାନୀୟ ଲୋକ ଓ ଟ୍ରକ୍ ମାଲିକ ତାକୁ ଧରି ପୋଲିସ୍ ଜିମା ଦେଇଥିଲେ।

ଧୀରଜକୁ ରିମାଣ୍ଡରେ ଆଣି ପଚରାଉଚରା କଲେ ବ୍ୟାସନଗର ଅଞ୍ଚଳରେ ଦୀର୍ଘ ଦିନ ଧରି ଚାଲିଥିବା ଟ୍ରକ୍ ଚୋରି ରାକେଟ୍‌ର ଗୁମର ଫିଟିବ ବୋଲି ପୋଲିସ୍‌ କହିଛି।

Related story