୪୭ କିଲୋ ଗଞ୍ଜେଇ ଜବତ; ୮ ଗିରଫ

ଫୁଲବାଣୀ: ଗଞ୍ଜେଇ ଚାଲାଣ କରୁଥିବା ଅଭିଯୋଗରେ କନ୍ଧମାଳ ଜିଲ୍ଲାର ଦୁଇଟି ଥାନା ଅଞ୍ଚଳରୁ ୮ ଜଣଙ୍କୁ ଗିରଫ କରାଯାଇଥିବା ବେଳେ ସେମାନଙ୍କ ଠାରୁ ୪୭ କିଲୋ ଗଞ୍ଜେଇ ସହ ଗୋଟେ ବାଇକ୍‌ ଏବଂ ୨ଟି କାର୍ ଜବତ କରାଯାଇଛି। ଫିରିଙ୍ଗିଆ ଥାନା ପୋଲିସ୍‌ ଗଡ଼େଇକୁଟି ଗାଁ ନିକଟ ରାସ୍ତା ଦେଇ ଏକ କାର୍‌ରେ ଗଞ୍ଜେଇ ଚାଲାଣ କରୁଥିବା ବେଳେ ୪ ଜଣଙ୍କୁ ଗିରଫ କରିଛି। ସେମାନଙ୍କ ଠାରୁ ୨୩ କିଲୋ ଗଞ୍ଜେଇ, ୩୦୦୦ ଟଙ୍କା, ଗୋଟିଏ କାର୍ […]

ganja

Rakesh Mallick
  • Published: Tuesday, 07 February 2017
  • , Updated: 07 February 2017, 09:07 AM IST

ଫୁଲବାଣୀ: ଗଞ୍ଜେଇ ଚାଲାଣ କରୁଥିବା ଅଭିଯୋଗରେ କନ୍ଧମାଳ ଜିଲ୍ଲାର ଦୁଇଟି ଥାନା ଅଞ୍ଚଳରୁ ୮ ଜଣଙ୍କୁ ଗିରଫ କରାଯାଇଥିବା ବେଳେ ସେମାନଙ୍କ ଠାରୁ ୪୭ କିଲୋ ଗଞ୍ଜେଇ ସହ ଗୋଟେ ବାଇକ୍‌ ଏବଂ ୨ଟି କାର୍ ଜବତ କରାଯାଇଛି।

ଫିରିଙ୍ଗିଆ ଥାନା ପୋଲିସ୍‌ ଗଡ଼େଇକୁଟି ଗାଁ ନିକଟ ରାସ୍ତା ଦେଇ ଏକ କାର୍‌ରେ ଗଞ୍ଜେଇ ଚାଲାଣ କରୁଥିବା ବେଳେ ୪ ଜଣଙ୍କୁ ଗିରଫ କରିଛି। ସେମାନଙ୍କ ଠାରୁ ୨୩ କିଲୋ ଗଞ୍ଜେଇ, ୩୦୦୦ ଟଙ୍କା, ଗୋଟିଏ କାର୍ ଓ ଗୋଟିଏ ବାଇକ୍ ଜବତ କରାଯାଇଛି।

ସେହିପରି ସଦର ଥାନା ପୋଲିସ୍‌ ସାର୍ତାଗୁଡ଼ା ଛକ ରାସ୍ତା ଦେଇ ଯାଉଥିବା ଏକ କାରରୁ ୨୪ କିଲୋ ଗଞ୍ଜେଇ ଜବତ କରିବା ସହ ୪ ଜଣଙ୍କୁ ଗିରଫ କରିଛି।

Related story