ଜୁଏଲାରୀରୁ ୫ ଲକ୍ଷ ଟଙ୍କାର ଗହଣା ଚୋରି

କେନ୍ଦୁଝର: କେନ୍ଦୁଝର ଜିଲ୍ଲା ବଡ଼ବିଲ ସହରର ଏକ ଅଳଙ୍କାର ଦୋକାନରୁ ଗତକାଲି ରାତିରେ ୫ ଲକ୍ଷରୁ ଅଧିକ ଟଙ୍କାର ଗହଣା ଚୋରି ହୋଇଥିବା ଅଭିଯୋଗ ହୋଇଛି। ଏହି ଅଳଙ୍କାର ଦୋକାନର ମାଲିକଙ୍କ କହିବା ଅନୁଯାୟୀ ଗତକାଲି ରାତି ପ୍ରାୟ ୮ଟା ବେଳେ ସେ ଦୋକାନ ବନ୍ଦ କରି ଘରକୁ ଚାଲି ଯାଇଥିଲେ। ଆଜି ଦୋକାନ ଖୋଲିବାକୁ ଆସିବା ପରେ ଚୋରି ହୋଇଥିବା ନେଇ ସେ ଜାଣିଥିଲେ। ଦୁର୍ବୃତ୍ତମାନେ ଦୋକାନର ସଟର ତାଡ଼ି ଚୋରି କରିଛନ୍ତି। ପୋଲିସ୍ ଘଟଣାସ୍ଥଳରେ […]

jewellary

Rakesh Mallick
  • Published: Saturday, 28 January 2017
  • , Updated: 28 January 2017, 12:15 PM IST

କେନ୍ଦୁଝର: କେନ୍ଦୁଝର ଜିଲ୍ଲା ବଡ଼ବିଲ ସହରର ଏକ ଅଳଙ୍କାର ଦୋକାନରୁ ଗତକାଲି ରାତିରେ ୫ ଲକ୍ଷରୁ ଅଧିକ ଟଙ୍କାର ଗହଣା ଚୋରି ହୋଇଥିବା ଅଭିଯୋଗ ହୋଇଛି।

ଏହି ଅଳଙ୍କାର ଦୋକାନର ମାଲିକଙ୍କ କହିବା ଅନୁଯାୟୀ ଗତକାଲି ରାତି ପ୍ରାୟ ୮ଟା ବେଳେ ସେ ଦୋକାନ ବନ୍ଦ କରି ଘରକୁ ଚାଲି ଯାଇଥିଲେ। ଆଜି ଦୋକାନ ଖୋଲିବାକୁ ଆସିବା ପରେ ଚୋରି ହୋଇଥିବା ନେଇ ସେ ଜାଣିଥିଲେ। ଦୁର୍ବୃତ୍ତମାନେ ଦୋକାନର ସଟର ତାଡ଼ି ଚୋରି କରିଛନ୍ତି। ପୋଲିସ୍ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ କରିଛି।

Related story