ଭୁବନେଶ୍ୱର: ୬ ଡକାୟତ ଗିରଫ

ଭୁବନେଶ୍ୱର: ଭୁବନେଶ୍ୱର ଉପକଣ୍ଠ ବାଲିଅନ୍ତା ଅଞ୍ଚଳରେ ଏକ ପେଟ୍ରୋଲ ପମ୍ପରୁ ଡକାୟତି ଯୋଜନା କରୁଥିବା ୬ ଜଣ ଡକାୟତଙ୍କୁ ଆଜି ପୋଲିସ ଗିରଫ କରିଛି। ଅଭିଯୁକ୍ତମାନଙ୍କ ସମ୍ପର୍କରେ ସୂଚନା ପାଇବା ପରେ କମିଶନରେଟ ପୋଲିସ୍‌ ଚଢ଼ାଉ କରିଥିଲା। ଚଢ଼ାଉ ସମୟରେ ଡକାୟତମାନେ ପୋଲିସ୍‌ ଉପରକୁ ଗୁଳି ଚଳାଇଥିଲେ। ପ୍ରାୟ ଏକ ଘଣ୍ଟାର ଅପରେଶନ ପରେ ପୋଲିସ୍‌ ୬ ଡକାୟତଙ୍କୁ କାବୁ କରିବା ସହିତ ସେମାନଙ୍କଠାରୁ ଗୋଟିଏ ବନ୍ଧୁକ ଓ ୩ଟି ବାଇକ ଜବତ କରିଥିଲା। ଅଭିଯୁକ୍ତମାନଙ୍କ ନାଁରେ […]

khurda loot..

Rakesh Mallick
  • Published: Monday, 06 February 2017
  • , Updated: 06 February 2017, 07:39 PM IST

ଭୁବନେଶ୍ୱର: ଭୁବନେଶ୍ୱର ଉପକଣ୍ଠ ବାଲିଅନ୍ତା ଅଞ୍ଚଳରେ ଏକ ପେଟ୍ରୋଲ ପମ୍ପରୁ ଡକାୟତି ଯୋଜନା କରୁଥିବା ୬ ଜଣ ଡକାୟତଙ୍କୁ ଆଜି ପୋଲିସ ଗିରଫ କରିଛି। ଅଭିଯୁକ୍ତମାନଙ୍କ ସମ୍ପର୍କରେ ସୂଚନା ପାଇବା ପରେ କମିଶନରେଟ ପୋଲିସ୍‌ ଚଢ଼ାଉ କରିଥିଲା। ଚଢ଼ାଉ ସମୟରେ ଡକାୟତମାନେ ପୋଲିସ୍‌ ଉପରକୁ ଗୁଳି ଚଳାଇଥିଲେ। ପ୍ରାୟ ଏକ ଘଣ୍ଟାର ଅପରେଶନ ପରେ ପୋଲିସ୍‌ ୬ ଡକାୟତଙ୍କୁ କାବୁ କରିବା ସହିତ ସେମାନଙ୍କଠାରୁ ଗୋଟିଏ ବନ୍ଧୁକ ଓ ୩ଟି ବାଇକ ଜବତ କରିଥିଲା।

ଅଭିଯୁକ୍ତମାନଙ୍କ ନାଁରେ ୬ରୁ ଅଧିକ ଡକାୟତି ମାମଲା ରହିଛି। ସେସୁ କଲେକ୍‌ସନ ଟଙ୍କା ଲୁଟରେ ଏମାନେ ସମ୍ପୃକ୍ତ ଥିବା ସ୍ୱୀକାର କରିଛନ୍ତି।

ଗତ ଜାନୁଆରୀ ୨୦ ତାରିଖରେ ବାରଙ୍ଗରୁ ୯ ଲକ୍ଷ ଟଙ୍କା ଡକାୟତି ହୋଇଥିଲା। ଏହି ଡକାୟତିରେ ଏମାନେ ସମ୍ପୃକ୍ତ ଥିବା ଅଭିଯୋଗ ରହିଛି।

Related story