ଖୋର୍ଦ୍ଧା: ଖୋର୍ଦ୍ଧା ଜିଲ୍ଲା କାଇପଦର ଗାଁରେ ପଥର କାରବାରକୁ ନେଇ ଆଜି ଏକ ଅଭାବନୀୟ ଘଟଣା ଘଟିଛି। ଗାଁର ଗୌରାଙ୍ଗ ସାମନ୍ତସିଂହାରଙ୍କ ଦୁଇ ପୁଅଙ୍କୁ ଅତି ବିଭତ୍ସ ଭାବେ ପଥର ମାଫିଆମାନେ ହତ୍ୟା କରିଛନ୍ତି। ମୃତ ଦୁଇ ଭାଇ ହେଲେ ଶ୍ୱେତବାହନ ସାମନ୍ତସିଂହାର ଓ ବକାରୀ ସାମନ୍ତସିଂହାର। ଦୁଇ ଭାଇର ମୃତଦେହକୁ ଟାଙ୍ଗେଣି ମୁଣ୍ଡିଆ ପାହାଡ଼ ନିକଟରୁ ପୋଲିସ୍ ଉଦ୍ଧାର କରିଛି। ୨୦ରୁ ୨୫ ଜଣ ବ୍ୟକ୍ତି ସଂଘବଦ୍ଧ ଭାବେ ଉଭୟଙ୍କୁ ହତ୍ୟା କରିଥିବା ପରିବାର ଲୋକେ ଅଭିଯୋଗ କରିଛନ୍ତି।
ଦୀର୍ଘଦିନ ଧରି ଏହି ଦୁଇ ଭାଇ କଳାମୁଗୁନୀ ପଥର ବ୍ୟବସାୟ କରିଆସୁଥିଲେ। ଏହାକୁ ନେଇ ଅନ୍ୟମାନଙ୍କ ସହ ତାଙ୍କର ବ୍ୟବସାୟିକ ଶତ୍ରୁତା ଲାଗି ରହିଥିଲା। ଏହି କାରଣରୁ ଦୁଇ ଭାଇଙ୍କୁ ପଥର ମାଫିଆମାନେ ହତ୍ୟା କରିଥିବା ପରିବାର ଲୋକେ ଅଭିଯୋଗ କରିଛନ୍ତି।
ଖୋର୍ଦ୍ଧା ଟାଉନ ଥାନା, ସଦର ଥାନା ଏବଂ ଜଙ୍କିଆ ଆଇଆଇସିଙ୍କୁ ନେଇ ଗଠିତ ଟିମ୍ ଜରିଆରେ ପୋଲିସ୍ ତଦନ୍ତ କରୁଛି।
ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।
Related Stories
Crime
ନାବାଳିକାକୁ ଗଣଦୁଷ୍କର୍ମ ମାମଲାରେ ଦୁଇ ଜଣଙ୍କୁ ଆଜୀବନ କାରାଦଣ୍ଡ
ପରିବାର ଲୋକେ ଖବର ପାଇ ଝିଅକୁ ରାସ୍ତାକଡ଼ରୁ ଉଦ୍ଧାର କରିଥିଲେ।
Crime
୫ ବର୍ଷର ଶିଶୁକନ୍ୟାକୁ ଦୁଷ୍କର୍ମ ଅଭିଯୋଗରେ ୫୫ ବର୍ଷୀୟ ବ୍ୟକ୍ତି ଗିରଫ
ଅଭିଯୋଗ ପାଇବା ପରେ ପୁଲିସ ଅଭିଯୁକ୍ତଙ୍କୁ ଥାନାକୁ ଆଣି ପଚରାଉଚରା କରିଥିଲା। ତା’ପରେ ତାଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଥିଲା।
Crime
ଶିଶୁ ବିକ୍ରି ଘଟଣା: ନିଲମ୍ବିତ ଏଏନ୍ଏମ୍ ଗିରଫ, ଆଉ ୨ ଜଣଙ୍କୁ ବି ବାନ୍ଧିଲା ପୁଲିସ
ଏହି ଘଟଣାରେ ନିଜେ ଉପ-ମୁଖ୍ୟମନ୍ତ୍ରୀ କନକ ବର୍ଦ୍ଧନ ସିଂହଦେଓ ଗ୍ରାଉଣ୍ଡଜିରୋକୁ ଯାଇ ଘଟଣାର ତନାଘନା କରିଥିଲେ।
Crime
ବବିଙ୍କ ଭାଇ ଭବଙ୍କ ନାଁରେ ମାମଲା ରୁଜୁ
ଦୁଇ ଦିନ ତଳେ ଧର୍ମଶାଳା ବିଧାୟକଙ୍କୁ ଆକ୍ରମଣ ଘଟଣାରେ ବିବାଦୀୟ ହୋଇପଡ଼ିଥିବା ବବିଙ୍କ ଭାଇଙ୍କ ବିରୋଧରେ ଜଣେ ପରିବା ବ୍ୟବସାୟୀ ଦେଇଥିଲେ ଏତଲା।