ଚିଟ୍‌ଫଣ୍ଡ ଠକେଇ ଅଭିଯୋଗରେ ଦୁଇ ଗିରଫ

ନୂଆପଡ଼ା: ନୂଆପଡ଼ା ଜିଲ୍ଲା କୋମନା ପୋଲିସ ଗତକାଲି ଦୁଇ ଜଣ ଚିଟ୍‌ଫଣ୍ଡ ଏଜେଣ୍ଟଙ୍କୁ ଗିରଫ କରିଥିବା ବେଳେ ସେମାନଙ୍କଠାରୁ ବହୁ ଗୁରୁତ୍ୱପୂର୍ଣ୍ଣ କାଗଜପତ୍ର ଜବତ କରିଛି। ଗିରଫ ଅଭିଯୁକ୍ତମାନେ ହେଲେ କୋମନା ଅଞ୍ଚଳର ସାମୁଏଲ ନାଗ ଓ କଳାହାଣ୍ଡି ଜିଲ୍ଲା କାନିଣ୍ଡିଖୁଣ୍ଟି ଗାଁର ଗଜିନ୍ଦ୍ର ନାୟକ। ତେବେ ଅନ୍ୟ ଜଣେ ଫେରାର ହୋଇଯାଇଛି। ତାଙ୍କୁ ଗିରଫ କରିବା ପାଇଁ ପୋଲିସ୍‌ ବିଭିନ୍ନ ସ୍ଥାନରେ ଚଢ଼ାଉଛି। କୋମନା ଓ ଖରିଆ ବ୍ଲକ ଅଞ୍ଚଳର ଜମାକାରୀଙ୍କୁ ୬ ମାସରେ ୫ […]

komna ra chitfund

Rakesh Mallick
  • Published: Wednesday, 01 February 2017
  • , Updated: 01 February 2017, 04:45 PM IST

ନୂଆପଡ଼ା: ନୂଆପଡ଼ା ଜିଲ୍ଲା କୋମନା ପୋଲିସ ଗତକାଲି ଦୁଇ ଜଣ ଚିଟ୍‌ଫଣ୍ଡ ଏଜେଣ୍ଟଙ୍କୁ ଗିରଫ କରିଥିବା ବେଳେ ସେମାନଙ୍କଠାରୁ ବହୁ ଗୁରୁତ୍ୱପୂର୍ଣ୍ଣ କାଗଜପତ୍ର ଜବତ କରିଛି। ଗିରଫ ଅଭିଯୁକ୍ତମାନେ ହେଲେ କୋମନା ଅଞ୍ଚଳର ସାମୁଏଲ ନାଗ ଓ କଳାହାଣ୍ଡି ଜିଲ୍ଲା କାନିଣ୍ଡିଖୁଣ୍ଟି ଗାଁର ଗଜିନ୍ଦ୍ର ନାୟକ। ତେବେ ଅନ୍ୟ ଜଣେ ଫେରାର ହୋଇଯାଇଛି। ତାଙ୍କୁ ଗିରଫ କରିବା ପାଇଁ ପୋଲିସ୍‌ ବିଭିନ୍ନ ସ୍ଥାନରେ ଚଢ଼ାଉଛି।

କୋମନା ଓ ଖରିଆ ବ୍ଲକ ଅଞ୍ଚଳର ଜମାକାରୀଙ୍କୁ ୬ ମାସରେ ୫ ଗୁଣା ହେବାର ପ୍ରଲୋଭନ ଦେଖାଇ ଏହି ୩ ଏଜେଣ୍ଟ ନାଶା ଚିଟ୍‌ଫଣ୍ଡ କମ୍ପାନୀ ନାଁରେ ଲକ୍ଷାଧିକ ଟଙ୍କା ଆଦାୟ କରିଥିବା ଅଭିଯୋଗ ହୋଇଥିଲା।

୨୦୧୪ ମସିହାରେ ଏନେଇ ଜମାକାରୀମାନେ କୋମନା ଥାନାରେ ଲିଖିତ ଅଭିଯୋଗ କରିଥିଲେ। ପୋଲିସ୍‌ ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରିଥିଲା। ମାତ୍ର ଅଭିଯୁକ୍ତ ଏଜେଣ୍ଟ ଦ୍ୱୟ ଫେରାର ହୋଇ ଯାଇଥିଲେ। ଗତକାଲି ସେମାନଙ୍କ ମଧ୍ୟରୁ ୨ ଜଣଙ୍କୁ ପୋଲିସ୍‌ ଗିରଫ କରିଛି।

Related story