କୁଚିଣ୍ଡା: ରାସ୍ତା କଡ଼ରୁ ଜଣେ ବ୍ୟକ୍ତିଙ୍କ ମୃତଦେହ ଠାବ, ହତ୍ୟା ଅଭିଯୋଗ

କୁଚିଣ୍ଡା: ସମ୍ୱଲପୁର ଜିଲ୍ଲା  ମହୁଲପାଲି ଥାନା ଅନ୍ତର୍ଗତ ଅର୍ଡାବାହାଲ ରାସ୍ତା କଡ଼ରୁ ଆଜି ଜଣେ ବ୍ୟକ୍ତିଙ୍କ ମୃତଦେହ ଉଦ୍ଧାର କରାଯାଇଛି। ମୃତ ବ୍ୟକ୍ତି ହେଉଛନ୍ତି ସେହି ଗାଁର ଯୋଗେଶ୍ୱର ପଟେଲ। ଯୋଗେଶ୍ୱରଙ୍କୁ କେହି ହତ୍ୟା କରିଥିବା ତାଙ୍କ ପରିବାର ଲୋକେ ଅଭିଯୋଗ କରିଛନ୍ତି।  ଏ ନେଇ ମହୁଲପାଲି ପୋଲିସ୍ ତଦନ୍ତ ଆରମ୍ଭ କରିଛି।