କୁଚିଣ୍ଡା: ମହିଳାଙ୍କୁ ଗଳା କାଟି ହତ୍ୟା

କୁଚିଣ୍ଡା: ସମ୍ବଲପୁର ଜିଲ୍ଲା କୁଚିଣ୍ଡା ଥାନା ବକ୍ସମା ଗାଁରେ ଜଣେ ମହିଳାଙ୍କୁ ଗଳା କାଟି ହତ୍ୟା କରାଯାଇଛି। ତାଙ୍କ ନାଁ ପଦ୍ମାବତୀ ବେହେରା (୫୨)। ସେ ଗତକାଲି ରାତିରେ ଘର ବାହାରେ ଖଟରେ ଶୋଇଥିବା ଅବସ୍ଥାରେ ତାଙ୍କୁ ହତ୍ୟା କରାଯାଇଛି। ହତ୍ୟାର କାରଣ ଜଣାପଡ଼ିନି। ପୋଲିସ୍ ଘଟଣାର ତଦନ୍ତ କରୁଛି।