ଲାଞ୍ଚ ହେଲା କାଳ: ଭିଜିଲାନ୍ସ ଜାଲରେ ଆରଆଇ

କେନ୍ଦୁଝର: ଲାଞ୍ଚ ନେବା କେନ୍ଦୁଝର ଜିଲ୍ଲା ରାଇସୂଆଁ ଆରଆଇ ବାଞ୍ଛାନିଧି ଶତପଥୀଙ୍କ ପାଇଁ କାଳ ହୋଇଛି। ଏକ ଜମି ମାପ କରିବାକୁ ବାଞ୍ଛାନିଧି ୨୦୦୦ ଟଙ୍କା ଲାଞ୍ଚ ନେଉଥିବା ବେଳେ ଭିଜିଲାନ୍ସ ଜାଲରେ ପଡିଛନ୍ତି। ତାଙ୍କ ସହ ପିଅନ ତରଣୀସେନ ପାତ୍ରଙ୍କୁ ମଧ୍ୟ ଭିଜିଲାନ୍ସ ଅଧିକାରୀମାନେ ଅଟକ ରଖିଛନ୍ତି। ଅଜିତ କୁମାର ପାତ୍ର ନାମକ ଜଣେ ଯୁବକଙ୍କ ଅଭିଯୋଗ ଭିତ୍ତିରେ ଉଭୟଙ୍କୁ ଭିଜିଲାନ୍ସ ଟ୍ରାକ୍‌ କରିଥିଲା। ଭିଜିଲାନ୍ସ ଅଧିକାରୀମାନେ ସେମାନଙ୍କୁ ପଚରାଉଚରା କରୁଛନ୍ତି।

kendujhar

Rakesh Mallick
  • Published: Tuesday, 11 April 2017
  • , Updated: 12 April 2017, 07:53 AM IST

Related story