ଲାଞ୍ଚ ନେବା ବେଳେ ଧରା ପଡ଼ିଲେ ଜନ ସ୍ୱାସ୍ଥ୍ୟ ବିଭାଗର କିରାଣି

ଭୁବନେଶ୍ୱର: ୮,୦୦୦ଟଙ୍କା ଲାଞ୍ଚ ନେବା ବେଳେ ଭୁବନେଶ୍ୱର ଜନ ସ୍ୱାସ୍ଥ୍ୟ ବିଭାଗ ଡିଭିଜନର ୨ର କିରାଣି ପ୍ରସନ୍ନ କୁମାର ପଣ୍ଡାଙ୍କୁ ଭିଜିଲାନ୍ସ ଗିରଫ କରିଛି। ସିକ୍ୟୁରିଟି ମନି ଓ ବିଲ ବାବଦକୁ ଅର୍ଥ ଫେରାଇବା ସେ ଲାଗି ଏହି ଟଙ୍କା ମାଗିଥିଲେ। ଏ ନେଇ ଭିଜିଲାନ୍ସ ବିଭାଗ ସହ ଯୋଗାଯୋଗ କରାଯାଇଥିଲା। ପୂର୍ବ ଯୋଜନା ମୁତାବକ ପସନ୍ନ ଲାଞ୍ଚ ନେଉଥିବା ବେଳେ ଭିଜିଲାନ୍ସ ହାତରେ ଧରାପଡ଼ିଥିଲେ। ତାଙ୍କୁ ଗିରଫ କରାଯାଇ କୋର୍ଟ ଚାଲାଣ କରାଯାଇଛି।

chitfund

Rakesh Mallick
  • Published: Saturday, 19 November 2016
  • , Updated: 19 November 2016, 07:43 PM IST

ଭୁବନେଶ୍ୱର: ୮,୦୦୦ଟଙ୍କା ଲାଞ୍ଚ ନେବା ବେଳେ ଭୁବନେଶ୍ୱର ଜନ ସ୍ୱାସ୍ଥ୍ୟ ବିଭାଗ ଡିଭିଜନର ୨ର କିରାଣି ପ୍ରସନ୍ନ କୁମାର ପଣ୍ଡାଙ୍କୁ ଭିଜିଲାନ୍ସ ଗିରଫ କରିଛି।

ସିକ୍ୟୁରିଟି ମନି ଓ ବିଲ ବାବଦକୁ ଅର୍ଥ ଫେରାଇବା ସେ ଲାଗି ଏହି ଟଙ୍କା ମାଗିଥିଲେ। ଏ ନେଇ ଭିଜିଲାନ୍ସ ବିଭାଗ ସହ ଯୋଗାଯୋଗ କରାଯାଇଥିଲା। ପୂର୍ବ ଯୋଜନା ମୁତାବକ ପସନ୍ନ ଲାଞ୍ଚ ନେଉଥିବା ବେଳେ ଭିଜିଲାନ୍ସ ହାତରେ ଧରାପଡ଼ିଥିଲେ। ତାଙ୍କୁ ଗିରଫ କରାଯାଇ କୋର୍ଟ ଚାଲାଣ କରାଯାଇଛି।

Related story