ଅଳଙ୍କାର ଦୋକାନୀଙ୍କଠାରୁ ଲକ୍ଷାଧିକ ଟଙ୍କାର ଗହଣା ଲୁଟ୍‌

ବାରିପଦା: ମୟୂରଭଞ୍ଜ ଜିଲ୍ଲା ଠାକୁରମୁଣ୍ଡାରେ ଆଜି ଜଣେ ଅଳଙ୍କାର ଦୋକାନୀଙ୍କ ଠାରୁ ଲକ୍ଷାଧିକ ଟଙ୍କାର ସୁନାଗହଣା ଲୁଟ୍ ହୋଇଥିବା ଅଭିଯୋଗ ହୋଇଛି। ପୋଲିସ୍ ଘଟଣାର ତଦନ୍ତ କରୁଛି। ସୂଚନା ଅନୁଯାୟୀ, ଆଜି ସକାଳେ ଅଭିଯୋଗକାରୀ ଠାକୁରମୁଣ୍ଡା ବଜାରରେ ଥିବା ତାଙ୍କ ଅଳଙ୍କାର ଦୋକାନ ଖୋଲିବାକୁ ଆସିଥିଲେ। ଦୋକାନ ଖୋଲିବାକୁ ଆସିଥିବା ବେଳେ ସେ ଦେଖିଲେ ଏହା ସମ୍ମୁଖରେ କେହି ମଳତ୍ୟାଗ କରି ଦେଇଥିଲା। ସେ ଉକ୍ତ ମଳକୁ ସଫା କରିବା ପାଇଁ ଦୋକାନ ସମ୍ମୁଖରେ ଜଣେ ବ୍ୟକ୍ତିଙ୍କ […]

mayrbhanja

Rakesh Mallick
  • Published: Thursday, 02 February 2017
  • , Updated: 02 February 2017, 03:58 PM IST

ବାରିପଦା: ମୟୂରଭଞ୍ଜ ଜିଲ୍ଲା ଠାକୁରମୁଣ୍ଡାରେ ଆଜି ଜଣେ ଅଳଙ୍କାର ଦୋକାନୀଙ୍କ ଠାରୁ ଲକ୍ଷାଧିକ ଟଙ୍କାର ସୁନାଗହଣା ଲୁଟ୍ ହୋଇଥିବା ଅଭିଯୋଗ ହୋଇଛି। ପୋଲିସ୍ ଘଟଣାର ତଦନ୍ତ କରୁଛି।

ସୂଚନା ଅନୁଯାୟୀ, ଆଜି ସକାଳେ ଅଭିଯୋଗକାରୀ ଠାକୁରମୁଣ୍ଡା ବଜାରରେ ଥିବା ତାଙ୍କ ଅଳଙ୍କାର ଦୋକାନ ଖୋଲିବାକୁ ଆସିଥିଲେ। ଦୋକାନ ଖୋଲିବାକୁ ଆସିଥିବା ବେଳେ ସେ ଦେଖିଲେ ଏହା ସମ୍ମୁଖରେ କେହି ମଳତ୍ୟାଗ କରି ଦେଇଥିଲା। ସେ ଉକ୍ତ ମଳକୁ ସଫା କରିବା ପାଇଁ ଦୋକାନ ସମ୍ମୁଖରେ ଜଣେ ବ୍ୟକ୍ତିଙ୍କ ସହ କଥା ହେଉଥିଲେ। ସେହି ସମୟରେ ସେ ତାଙ୍କ ବ୍ୟାଗ୍‌ଟିକୁ ଦୋକାନ ପାଖରେ ରଖି ଦେଇଥିଲେ। ଦୁଇ ଜଣ ଦୁର୍ବୃତ୍ତ ହଠାତ୍ ଏକ ବାଇକ୍‌ରେ ଆସି ବ୍ୟାଗ୍‌ଟିକୁ ନେଇ ଗଲେ। ବ୍ୟାଗ୍‌ରେ ୨୫୦ ଗ୍ରାମ୍‌ର ସୁନା ଅଳଙ୍କାର ଓ ୨ କେଜି ଓଜନର ରୁପା ଅଳଙ୍କାର ଥିଲା ବୋଲି ସେ କହିଛନ୍ତି।

Related story