ପାରାଦୀପ: ସିୱେଜ ସିପିଂ ଜିଏମ୍ ମହେନ୍ଦ୍ର ସ୍ୱାଇଁ ହତ୍ୟା ମାମଲାରେ ଶିଳ୍ପପତି ମହିମା ମିଶ୍ରଙ୍କ ଭଣଜା ତଥା ଓଡ଼ିଶା ଷ୍ଟିଭେଡର୍ସ ଲିମିଟେଡ (ଓଏସ୍ଏଲ୍) ଡାଇରେକ୍ଟର ଚିନ୍ମୟ ମିଶ୍ର ଏବଂ ଡିଜିଏମ୍ ରବୀନ୍ଦ୍ର ଦଳେଇଙ୍କୁ ପାରାଦୀପ ପୋଲିସ୍ ଦ୍ୱିତୀୟ ଥର ପାଇଁ ନୋଟିସ୍ କରିଛି। ଆସନ୍ତା ୨୩ ତାରିଖ ସୁଦ୍ଧା ହାଜର ହେବାକୁ ଉଭୟଙ୍କୁ ନିର୍ଦ୍ଦେଶ ଦିଆଯାଇଛି।
ପୂର୍ବରୁ ଉଭୟଙ୍କୁ ନୋଟିସ୍ କରାଯାଇଥିଲା।
ସେହିପରି ଗିରଫ ମହିମାଙ୍କ ସହଯୋଗୀ ବସନ୍ତ ବଳଙ୍କ ପୁଅ ଚିନ୍ମୟ ବଳଙ୍କୁ ମଧ୍ୟ ପାରାଦୀପ ପୋଲିସ ନୋଟିସ୍ କରିଛି। ୨୪ ତାରିଖ ସୁଦ୍ଧା ହାଜର ହେବାକୁ ନୋଟିସ୍ରେ ତାଙ୍କୁ ଦିଆଯାଇଛି।