ମୟୂରଭଞ୍ଜ: ଖୁଣ୍ଟା ଥାନା ଅଧିକାରୀଙ୍କ ନାଁରେ ଅସଦାଚରଣ ଅଭିଯୋଗ

ଉଦଳା: ମୟୂରଭଞ୍ଜ ଜିଲ୍ଲା ଖୁଣ୍ଟା ଥାନା ଅଧିକାରୀ ଉତ୍ତମ ମହାନ୍ତିଙ୍କ ବିରୋଧରେ ଆସିଛି ଅସଦାଚରଣ ଅଭିଯୋଗ। ଏ ଅଭିଯୋଗ ଆଣିଛନ୍ତି ସେହି ଥାନାର ଜଣେ ମହିଳା କନଷ୍ଟେବଳ। ତାଙ୍କ ନାଁ ଖୁଲାଣା ସେଜପଡ଼ା। ସେ ଘଟଣା ସଂପର୍କରେ ଉଦଳା ଏସ୍‌ଡିପିଓଙ୍କୁ ଲିଖିତ ଅଭିଯୋଗ କରିଛନ୍ତି। ଏସ୍‌ଡିପିଓ ଅଭିଯୋଗ ସଂପର୍କରେ ଜିଲ୍ଲା ଆରକ୍ଷୀ ଅଧୀକ୍ଷକଙ୍କୁ ଅବଗତ କରାଇଛନ୍ତି ଓ ଉପଯୁକ୍ତ ସେଲ୍ ଦ୍ୱାରା ତଦନ୍ତ କରାଇବାକୁ ସୁପାରିଶ କରିଛନ୍ତି। ଖୁଲାଣା ଏସ୍‌ଡିପିଓଙ୍କୁ ଦେଇଥିବା ଅଭିଯୋଗପତ୍ରରେ ଉଲ୍ଲେଖ କରିଛନ୍ତି ଯେ […]

khunta-thana

khunta-thana

Rakesh Mallick
  • Published: Friday, 19 February 2016
  • Updated: 19 February 2016, 10:45 AM IST

ଉଦଳା: ମୟୂରଭଞ୍ଜ ଜିଲ୍ଲା ଖୁଣ୍ଟା ଥାନା ଅଧିକାରୀ ଉତ୍ତମ ମହାନ୍ତିଙ୍କ ବିରୋଧରେ ଆସିଛି ଅସଦାଚରଣ ଅଭିଯୋଗ। ଏ ଅଭିଯୋଗ ଆଣିଛନ୍ତି ସେହି ଥାନାର ଜଣେ ମହିଳା କନଷ୍ଟେବଳ। ତାଙ୍କ ନାଁ ଖୁଲାଣା ସେଜପଡ଼ା। ସେ ଘଟଣା ସଂପର୍କରେ ଉଦଳା ଏସ୍‌ଡିପିଓଙ୍କୁ ଲିଖିତ ଅଭିଯୋଗ କରିଛନ୍ତି। ଏସ୍‌ଡିପିଓ ଅଭିଯୋଗ ସଂପର୍କରେ ଜିଲ୍ଲା ଆରକ୍ଷୀ ଅଧୀକ୍ଷକଙ୍କୁ ଅବଗତ କରାଇଛନ୍ତି ଓ ଉପଯୁକ୍ତ ସେଲ୍ ଦ୍ୱାରା ତଦନ୍ତ କରାଇବାକୁ ସୁପାରିଶ କରିଛନ୍ତି।

ଖୁଲାଣା ଏସ୍‌ଡିପିଓଙ୍କୁ ଦେଇଥିବା ଅଭିଯୋଗପତ୍ରରେ ଉଲ୍ଲେଖ କରିଛନ୍ତି ଯେ ସେ ଗତ ୧୬ ତାରିଖରେ ଛୁଟି ଦରଖାସ୍ତ ନେଇ ଥାନାକୁ ଯାଇଥିଲେ। ଥାନା ଅଧିକାରୀ ଉତ୍ତମ ମହାନ୍ତି ଦରଖାସ୍ତରେ ତ୍ରୁଟି ଅଛି ବୋଲି କହିଥିଲେ ଓ ସେ ନିଜେ ଠିକ୍ କରି ଦେବେ ବୋଲି କହିଥିଲେ। ତା’ପରେ ମୁଣ୍ଡ ବିନ୍ଧୁଛି ବୋଲି କହିଥିଲେ ଏବଂ ତାଙ୍କ ଦେହ ତାତୁଛି କି ନାହିଁ ହାତ ମାରି ଦେଖିବାକୁ କହିଥିଲେ। ସେ ତାଙ୍କ (ଥାନା ଅଧିକାରୀଙ୍କ) ଦେହ ଛୁଇଁ ଥିଲା। ତାଙ୍କ ଦେହରେ ତାତି ନ ଥିଲା। ତେବେ ଏହି ସମୟରେ ଥାନା ଅଧିକାରୀ ତାଙ୍କ ସହିତ ଅସଦାଚରଣ କରିଥିଲେ। ତା’ପରେ ଆଉ ଥରେ ଭଲ ଭାବରେ ଦରଖାସ୍ତ ଲେଖି ଆଣିବାକୁ କହିଥିଲେ। ଥାନାରୁ ଫେରି ସେ ସବୁ କଥା ତାଙ୍କ ସ୍ୱାମୀ ଅଶ୍ୱିନୀ କୁମାରଙ୍କୁ ଫୋନ୍ ଯୋଗେ ଜଣାଇଥିଲେ। ସ୍ୱାମୀଙ୍କ ପରାମର୍ଶ କ୍ରମେ ସେ ଘଟଣା ସଂପର୍କରେ ଏସ୍‌ଡିପିଓଙ୍କୁ ଅବଗତ କରାଇଛନ୍ତି।

ଉଦଳା ଏସଡିପିଓ ସୁରେଶ ପାତ୍ର କହିଛନ୍ତି,  ଗତ ୧୬ ତାରିଖ ସନ୍ଧ୍ୟାରେ ଖୁଣ୍ଟା ଥାନାର ଜଣେ ମହିଳା କନଷ୍ଟେବଳଙ୍କୁ  ଭାରପ୍ରାପ୍ତ ଥାନା ଅଧିକାରୀ ଅସଦାଚରଣ କରିଥିବା ଅଭିଯୋଗ ହୋଇଥିଲା।  ଅଭିଯୋଗକୁ  ଉପଯୁକ୍ତ  ସେଲ୍ ଦ୍ୱାରା ତଦନ୍ତ କରାଇବା ପାଇଁ ମୟୂରଭଞ୍ଜ ଜିଲ୍ଲା ଆରକ୍ଷୀ ଅଧୀକ୍ଷକଙ୍କୁ ନିକଟକୁ ପଠାଇ ଦିଆଯାଇଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story