ସରିଲା ୧୪ ବର୍ଷର ତାମସା; ଏବେ ଜେଲ୍‌ରେ ସନ୍ତୁଳି ହେବ ସନାତନ

ପୁରୀ: ବିହାରର ମୋଷ୍ଟ ୱାଣ୍ଟେଡ ଅପରାଧୀ ସନାତନ ମାହାତୋକୁ ଗିରଫ କଲା ଚନ୍ଦନପୁର ପୋଲିସ୍। ଦୀର୍ଘ୧୪ ବର୍ଷ ଧରି ସନାତନ ବିହାର ପୋଲିସକୁ ଚକମା ଦେଇ ଆସୁଥିଲା। ଗତକାଲି ଜଣେ ମହିଳାଙ୍କ ସହ ସନ୍ଦେଜନକ ଅବସ୍ଥାରେ ବୁଲୁଥିବା ବେଳେ ପୋଲିସ ତାକୁ ପଚରାଉଚରା କରିଥିଲା। ପରେ ତାର ଘର ବିହାର ହାଟିଡା ଥାନା ଆୟୋଟ ଗାଁରେ ବୋଲି ଜଣାପଡିଥିଲା। ଏନେଇ ବିହାର ପୋଲିସ ସହ ଯୋଗାଯୋଗ କରାଯାଇଥିଲ।  ସନାତନ ନାଁରେ ବିହାରର ବିଭିନ୍ନ ଥାନାରେ ମାମଲା ରହିଛି। […]

arrest

Rakesh Mallick
  • Published: Monday, 29 May 2017
  • , Updated: 29 May 2017, 02:56 PM IST

ପୁରୀ: ବିହାରର ମୋଷ୍ଟ ୱାଣ୍ଟେଡ ଅପରାଧୀ ସନାତନ ମାହାତୋକୁ ଗିରଫ କଲା ଚନ୍ଦନପୁର ପୋଲିସ୍। ଦୀର୍ଘ୧୪ ବର୍ଷ ଧରି ସନାତନ ବିହାର ପୋଲିସକୁ ଚକମା ଦେଇ ଆସୁଥିଲା। ଗତକାଲି ଜଣେ ମହିଳାଙ୍କ ସହ ସନ୍ଦେଜନକ ଅବସ୍ଥାରେ ବୁଲୁଥିବା ବେଳେ ପୋଲିସ ତାକୁ ପଚରାଉଚରା କରିଥିଲା। ପରେ ତାର ଘର ବିହାର ହାଟିଡା ଥାନା ଆୟୋଟ ଗାଁରେ ବୋଲି ଜଣାପଡିଥିଲା। ଏନେଇ ବିହାର ପୋଲିସ ସହ ଯୋଗାଯୋଗ କରାଯାଇଥିଲ।  ସନାତନ ନାଁରେ ବିହାରର ବିଭିନ୍ନ ଥାନାରେ ମାମଲା ରହିଛି।

ଆଜି ସନାତନକୁ ବିହାର ପୋଲିସ ସବ୍‌କଲେକ୍ଟରଙ୍କ କୋର୍ଟରେ ହାଜର କରିଥିଲା। ଅଭିଯୁକ୍ତ ସନାତନକୁ ୧୦ ବର୍ଷ ହେଲା ଏଠାରେ ରହି ଆସୁଥିଲେ।   ଅପରାଧ ଘଟାଇବା ପରେ ପୋଲିସ ନଜରରୁ ବର୍ତ୍ତିବା ପାଇଁ ସନାତନ ପୁରୀରେ ମିସ୍ତ୍ରୀ କାମ କରୁଥିଲା। ୨୦୦୩ରେ ଡକାୟତି କରି ସନାତନ କଟକ ଓ ଭୁବନେଶ୍ୱର ପରେ ଶେଷରେ ପୁରୀରେ ରହି ଆସୁଥିଲା

Related story