ନବରଙ୍ଗପୁରରେ ପୁଣି ଏକ ଶିଶୁକୁ ଚେଙ୍କ, ଦିଶାରୀ ଗିରଫ

ନବରଙ୍ଗପୁର: ଅନ୍ଧବିଶ୍ୱାସ ହେଉ ଅବା ମାନସିକତା ନବରଙ୍ଗପୁର ଜିଲ୍ଲାରେ ଶିଶୁଙ୍କୁ ଚେଙ୍କ ଦେବା ଘଟଣା ଅନ୍ତ ହେବା ନାଁ ଧରୁନାହିଁ। ମଙ୍ଗଳବାର ପୁଣ ଏପରି ଏକ ଘଟଣା ନଜରକୁ ଆସିଛି। ଡାବୁଗାଁ ଗାଡଖୁଣ୍ଟା ଗାଁର ଏକ ୨୪ ଦିନର ଶିଶୁକନ୍ୟାକୁ ଚେଙ୍କ ଦିଆଯାଇଥିବା ଅଭିଯୋଗ ହୋଇଛି। ଏହି ଘଟଣାରେ ପୋଲିସ ଏକ ମାମଲା ରୁଜୁ କରି ଚେଙ୍କ ଦେଇଥିବା ଦିଶାରୀକୁ ଗିରଫ କରି କୋର୍ଟ ଚାଲାଣ କରିଛି। ଗତ ୨୩ ତାରିଖରେ ଗାଡାଖଉଣ୍ଟା ଗାଁର ହରିବନ୍ଧୁ ଭଦ୍ରା […]

nabarangapur-map

nabarangapur-map

Rakesh Mallick
  • Published: Wednesday, 02 March 2016
  • Updated: 02 March 2016, 03:31 AM IST

Sports

Latest News

ନବରଙ୍ଗପୁର: ଅନ୍ଧବିଶ୍ୱାସ ହେଉ ଅବା ମାନସିକତା ନବରଙ୍ଗପୁର ଜିଲ୍ଲାରେ ଶିଶୁଙ୍କୁ ଚେଙ୍କ ଦେବା ଘଟଣା ଅନ୍ତ ହେବା ନାଁ ଧରୁନାହିଁ। ମଙ୍ଗଳବାର ପୁଣ ଏପରି ଏକ ଘଟଣା ନଜରକୁ ଆସିଛି। ଡାବୁଗାଁ ଗାଡଖୁଣ୍ଟା ଗାଁର ଏକ ୨୪ ଦିନର ଶିଶୁକନ୍ୟାକୁ ଚେଙ୍କ ଦିଆଯାଇଥିବା ଅଭିଯୋଗ ହୋଇଛି। ଏହି ଘଟଣାରେ ପୋଲିସ ଏକ ମାମଲା ରୁଜୁ କରି ଚେଙ୍କ ଦେଇଥିବା ଦିଶାରୀକୁ ଗିରଫ କରି କୋର୍ଟ ଚାଲାଣ କରିଛି।

ଗତ ୨୩ ତାରିଖରେ ଗାଡାଖଉଣ୍ଟା ଗାଁର ହରିବନ୍ଧୁ ଭଦ୍ରା ନାମକ ଜଣେ ବ୍ୟକ୍ତିଙ୍କ ଶିଶୁ କନ୍ୟା ଅସୁସ୍ଥ ଥିବାରୁ ଦିଶାରୀ ପାଖକୁ ନେଇଥିଲେ। ଏହି ସମୟରେ ଦିଶାରୀ ଜଣଙ୍କ ଶିଶୁକନ୍ୟାକୁ ଚେଙ୍କ ଦେଇଥିଲେ। ପରେ ଶିଶୁଟିର ସ୍ୱାସ୍ଥ୍ୟାବସ୍ଥା ଗୁରୁତର ହୋଇପଡିବାରୁ ନବରଙ୍ଗପୁର ସ୍ଥିତ ମୁଖ୍ୟ ଚିକିତ୍ସାଳୟ ଏସ୍‌ଏନ୍‌ସିୟୁରେ ଭର୍ତ୍ତି କରାଯାଇଛି। ବର୍ତ୍ତମାନ ଶିଶୁଟିର ସ୍ୱାସ୍ଥ୍ୟାବସ୍ଥା ଭଲ ଥିବା ଚିକିତ୍ସା କରୁଥିବା ଡାକ୍ତର କହିଛନ୍ତି।

ନବରଙ୍ଗପୁର ଜିଲ୍ଲାରେ ଗତ ୩ ମାସ ମଧ୍ୟରେ ଚେଙ୍କ ଦିଆଯାଇଥିବା ୨ ଜଣ ଶିଶୁଙ୍କ ମୃତ୍ୟୁ ଘଟିଛି। ଏହି ସମୟ ମଧ୍ୟରେ ୭ଜଣ ଶିଶୁକୁ ଚେଙ୍କ ଦିଆଯାଇଥିବା ଘଟଣା ନଜରକୁ ଆସିଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story