ନୟାଗଡ଼: ନିଜକୁ ମାଓବାଦୀ ବୋଲି ପରିଚୟ ଦେଇ ଦଶପଲ୍ଳା ବିଧାୟକଙ୍କୁ ଫୋନ୍ରେ ୨୫ ଲକ୍ଷ ଟଙ୍କା ଚାନ୍ଦା ମାଗି ଥିବା ଯୁବକକୁ ପୋଲିସ୍ ଗିରଫ କରିଛି। ତା’ ନାଁ ସୁଶାନ୍ତ ନାୟକ। ତା’ ଘର ନୟାଗଡ଼ ଜିଲ୍ଲାର କଳସାଖମଣ ନୂଆଗାଁରେ।
ନୟାଗଡ଼ ଏସ୍ପି ମନୋରଞ୍ଜନ ମହାନ୍ତି କହିଛନ୍ତି,“ମେ’ ୧୬ ତାରିଖରେ ସୁଶାନ୍ତ ଦଶପଲ୍ଲା ବିଧାୟକ ପୂର୍ଣ୍ଣ ନାଏକଙ୍କୁ ଫୋନ୍ କରି ୨୫ ଲକ୍ଷ ଟଙ୍କା ମାଗିଥିଲା। ଏତେ ପରିମାଣର ଟଙ୍କା ଦେବା ପାଇଁ ସେ କିଛି ସମୟ ମହଲତ ନେଇଥିଲେ। ତା’ପରେ ସେ ଏ ସଂପର୍କରେ ପୋଲିସ୍କୁ ଜଣାଇଥିଲେ। ପୋଲିସ୍ ଅଭିଯୁକ୍ତର ମୋବାଇଲ୍ ଫୋନ୍ କଲ୍ ଡିଟେଲ୍ ଯାଞ୍ଚ କରିଥିଲା ଓ ତା’ ପାଖରେ ପହଞ୍ଚିବାକୁ ସମର୍ଥ ହୋଇଥିଲା। ଅଭିଯୁକ୍ତର ମୋବାଇଲ୍ ଫୋନ୍ ଜବତ କରାଯାଇଛି।”
ଏପରି ଧମକ ଦେଇ ସୁଶାନ୍ତ ଆଗରୁ କଳସାଖମଣ ସମିତି ସଭ୍ୟଙ୍କ ଠାରୁ ୨୫ ହଜାର ଟଙ୍କା ଆଣିଥିବା ନେଇ ପୋଲିସ୍ ଜେରା ବେଳେ ପ୍ରକାଶ କରିଛି।
ଅଭିଯୁକ୍ତ ସୁଶାନ୍ତ କହିଛି ଯେ ତା’ ମା’ର ଚିକିତ୍ସା ଓ ବନ୍ଧାପଡ଼ିଥିବା ଜମିକୁ ମୁକୁଳାଇବା ପାଇଁ ସେ ବିଧାୟକଙ୍କୁ ଚାନ୍ଦା ମାଗିଥିଲା।
ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।
Related Stories
Crime
୩ ପ୍ରେମିକ ଭଲ ପାଉଥିଲେ; ବାହା ହେବା ପାଇଁ ମନା କରିବାରୁ ମାରି ଝୁଲାଇ ଦେଲେ!
ଜେମାଙ୍କଠାରୁ ପ୍ରତ୍ୟାଖିତ ହେବା ପରେ ଏକ ତରଫା ପ୍ରେମିକମାନେ ଚିନ୍ତାରେ ପଡ଼ିଯାଇଥିଲେ। ପ୍ରତିଶୋଧ ପରାୟଣା ହୋପଡ଼ିଥିଲେ। ଜେମାଙ୍କୁ ରାସ୍ତାରୁ ହଟାଇବା ପାଇଁ ଯୋଜନା କରିଥିଲେ। ଆଜି ଅପରାହ୍ନରେ ଜେମାଙ୍କୁ ହତ୍ୟା କରି ଗାଁ ମୁଣ୍ଡ ଗଛରେ ଥିବା ଏକ ଗଛରେ ଝୁଲାଇ ଦେଲେ।
Crime
ଅନ୍ତରଙ୍ଗ ମୁହୂର୍ତ୍ତ ଫଟୋ ଭାଇରାଲ୍ କଲେ ପ୍ରେମିକ; ଝୁଲି ପଡ଼ିଲେ ପ୍ରେମିକା
ପରବର୍ତ୍ତୀ ସମୟରେ ଭାନୁ ବିବାହ ପାଇଁ ରାଜି ହୋଇନଥିଲେ। ଯେଉଁଥିପାଇଁ ଚିନ୍ତାରେ ପଡ଼ି ଯାଇଥିଲେ ଅନୀଲ୍। ଆଉ ନିଜ ପାଖରେ ଥିବା ଭାନୁଙ୍କ ଅନ୍ତରଙ୍ଗ ମୁହୂର୍ତ୍ତର ଫଟୋକୁ ସୋଶାଲ୍ ମିଡିଆରେ ଭାଇରାଲ କରି ଦେଇଥିଲେ।
Crime
ରାଜଧାନୀ ମର୍ଡର ମାମଲାରେ ୨ ମହିଳାଙ୍କ ସହ ୫ ଗିରଫ
କେଦାରପଲ୍ଲୀ ବସ୍ତିରେ ସହଦେବ ନାୟକ ଘର। ବୁଧବାର ସକାଳ ପ୍ରାୟ ୮ଟା ବେଳେ ସେ ସ୍କୁଟିରେ ଯାଉଥିବା ବେଳେ ଆକ୍ରମଣ ହୋଇଥିଲା। କେଦାରପଲ୍ଲୀ ଲକ୍ଷ୍ମୀଧର ନାୟକ ଓରଫ ମଣ୍ଟି ଓ ତାଙ୍କର ସହଯୋଗୀ ଖୋର୍ଦ୍ଧା ଜିଲ୍ଲାର ରକି ନାୟକ ଆକ୍ରମଣ କରିଥିଲା।
Crime
ରାଉରକେଲା ଷ୍ଟିଲ୍ ପ୍ଲାଣ୍ଟରେ ଅଘଟଣ: ନିଜକୁ ଗୁଳି କରି ଦେଲେ ସିଆଇଏସ୍ଏଫ୍ ଯବାନ
ମୃତ ଯବାନଙ୍କ ଘର କେରଳରେ ହୋଇଥିବା ବେଳେ ଏହି ଅଘଟଣ ପଛର ପ୍ରକୃତ କାରଣ ଜଣାପଡ଼ିନାହିଁ।
Crime
ଅଫିସ ପାର୍କିଂରେ ମହିଳା ସହକର୍ମୀଙ୍କୁ ବୀଭତ୍ସ ହତ୍ୟା: ସମସ୍ତେ ଦେଖିଲେ, କିନ୍ତୁ କିଛି କଲେନି
ଯୁବକ ଜଣଙ୍କ ପାର୍କିଂ ଲଟରେ ମହିଳାଙ୍କୁ ଆକ୍ରମଣ କରୁଥିବା ବେଳେ ସମସ୍ତେ ଏହାକୁ ଦେଖିଥିଲେ। କିନ୍ତୁ କେହି ବି ଯୁବକଙ୍କୁ ଅଟକାଇବାକୁ ଚେଷ୍ଟା ନ କରିବା ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଛି।