ଖରିଆର ଡିଏଫ୍‌ଓଙ୍କ ୪ କୋଟି ଟଙ୍କାର ବ୍ୟାଙ୍କ ଜମା ଠାବ

ଭୁବନେଶ୍ୱର: ନୂଆପଡ଼ା ଜିଲ୍ଲା ଖରିଆର ଡିଏଫ୍‌ଓ ଶରତ ଚନ୍ଦ୍ର ପଣ୍ଡାଙ୍କ ଭୁବନେଶ୍ୱର ସ୍ଥିତ ଘର ଓ ଖରିଆର ଅଫିସ୍‌ରେ ଆଜି ଭିଜିଲାନ୍ସ ବିଭାଗର ଦୁଇଟି ଟିମ୍‌ ଚଢ଼ାଉ କରିଛି। ଆୟବହିର୍ଭୁତ ସମ୍ପତ୍ତି ଠୁଳ ଅଭିଯୋଗରେ ଏହି ଚଢ଼ାଉ ହୋଇଛି। ମିଳିଥିବା ତଥ୍ୟ ଅନୁସାରେ ଶରତଙ୍କ ପାଖରେ ନିଜର ଓ ନିଜ ପରିବାର ସଦସ୍ୟଙ୍କ ନାଁରେ ପ୍ରାୟ ୪ କୋଟି ଟଙ୍କାର ବ୍ୟାଙ୍କ ଜମା ରହିଛି। ଏହାସହ ଖଡ଼ିଆର ଅଫିସରୁ ନଗଦ ୬ ଲକ୍ଷ ଟଙ୍କା ଜବତ କରାଯାଇଛି। ତାଙ୍କର […]

nuapada-dfo-sarat-chandra-panda

Rakesh Mallick
  • Published: Thursday, 23 February 2017
  • , Updated: 23 February 2017, 06:02 PM IST

ଭୁବନେଶ୍ୱର: ନୂଆପଡ଼ା ଜିଲ୍ଲା ଖରିଆର ଡିଏଫ୍‌ଓ ଶରତ ଚନ୍ଦ୍ର ପଣ୍ଡାଙ୍କ ଭୁବନେଶ୍ୱର ସ୍ଥିତ ଘର ଓ ଖରିଆର ଅଫିସ୍‌ରେ ଆଜି ଭିଜିଲାନ୍ସ ବିଭାଗର ଦୁଇଟି ଟିମ୍‌ ଚଢ଼ାଉ କରିଛି। ଆୟବହିର୍ଭୁତ ସମ୍ପତ୍ତି ଠୁଳ ଅଭିଯୋଗରେ ଏହି ଚଢ଼ାଉ ହୋଇଛି। ମିଳିଥିବା ତଥ୍ୟ ଅନୁସାରେ ଶରତଙ୍କ ପାଖରେ ନିଜର ଓ ନିଜ ପରିବାର ସଦସ୍ୟଙ୍କ ନାଁରେ ପ୍ରାୟ ୪ କୋଟି ଟଙ୍କାର ବ୍ୟାଙ୍କ ଜମା ରହିଛି। ଏହାସହ ଖଡ଼ିଆର ଅଫିସରୁ ନଗଦ ୬ ଲକ୍ଷ ଟଙ୍କା ଜବତ କରାଯାଇଛି। ତାଙ୍କର ଭୁବନେଶ୍ୱର ଗୌରୀନଗରରେ ଏକ ଦୁଇ ମହଲା କୋଠା, ଗୌତମନଗରରେ ଏକ ପ୍ଲଟ୍‌ ରହିଛି।

ଗିଜିଲାନ୍ସ ଅତିରିକ୍ତ ଏସ୍‌ପି କହିଛନ୍ତି,“ଶରତଙ୍କ ସମ୍ପତ୍ତିର ଯାଞ୍ଚ ଚାଲିଛି। ଯାଞ୍ଚ ପରେ ସରକାରଙ୍କ ପାଖକୁ କାର୍ଯ୍ୟାନୁଷ୍ଠାନ ପାଇଁ ଲେଖିବୁ।” ତେବେ ଏପରି ଅଭିଯୋଗକୁ ଶରତ ଖଣ୍ଡନ କରିଛନ୍ତି।

ଗତକାଲି ଦ୍ୱିତୀୟ ଥର ପାଇଁ ଶରତଙ୍କ ଭୁବନେଶ୍ୱର ଗୌତମନଗର ସ୍ଥିତ ଘର ଓ ବାଲେଶ୍ୱର ଜିଲ୍ଲା ସୋର ଅନନ୍ତପୁର ଘରେ ଆୟକର ବିଭାଗର ଅଧିକାରୀମାନେ ଛାନବିନ୍‌ କରିଥିଲେ। ଏହି ଚଢ଼ାଉ ବେଳେ ଶରତଙ୍କ ପାଖରେ ଅଧିକ ସମ୍ପତ୍ତି ଥିବା ଆୟକର ବିଭାଗ ଜାଣିବାକୁ ପାଇଥିଲା।

ବିମୁଦ୍ରାକରଣ ପରେ ଶରତ ବିଭିନ୍ନ ଆକାଉଣ୍ଟରେ ୪ କୋଟିଏରୁ ଅଧିକ ଟଙ୍କା ଜମା କରିଥିଲେ। ମାତ୍ର ଚଳିତବର୍ଷ ଆୟକର ଫାଇଲ କରିନଥିଲେ। ଏତେ ପରିମାଣର ଅର୍ଥ କେଉଁଠୁ ଆସିଲା, କାହିଁକି ରିଟର୍ଣ୍ଣ ଫାଇଲ କରିନାହାନ୍ତି ଓ ଦୁଇଟି ପାନ୍‌କାର୍ଡ଼ କିପରି ଆସିଲା ସେନେଇ ଆୟକର ବିଭାଗ ତଦନ୍ତ ଆରମ୍ଭ କରିଛି। ସେହିପରି ଖରିଆର ଅଫିସରୁ ଆୟକର ବିଭାଗ ୬ ଲକ୍ଷ ଟଙ୍କା ଜବତ କରିଥିଲା।

Related story