ନୂଆପଡ଼ା: ନୂଆପଡ଼ା ଜିଲ୍ଲା ଖରିଆର ଡିଏଫ୍ଓ ଶରତ ଚନ୍ଦ୍ର ପଣ୍ଡାଙ୍କ ଘରେ ଆଜି ଦ୍ୱିତୀୟ ଦିନରେ ମଧ୍ୟ ଆୟକର ବିଭାଗ ଚଢ଼ାଉ କରିଛି। ଆଜି ତାଙ୍କ ଭୁବନେଶ୍ୱର ଗୌତମନଗର ସ୍ଥିତ ଘର ଓ ବାଲେଶ୍ୱର ଜିଲ୍ଲା ସୋର ଅନନ୍ତପୁର ଘରେ ବିଭାଗୀୟ ଅଧିକାରୀମାନେ ଛାନବିନ୍ କରିଛନ୍ତି। ଏହି ଚଢ଼ାଉ ବେଳେ ଶରତଙ୍କ ପାଖରେ ଅଧିକ ସମ୍ପତ୍ତି ଥିବା ଆୟକର ବିଭାଗ ଜାଣିବାକୁ ପାଇଛି।
ଗତକାଲି ମଧ୍ୟ ଡିଏଫ୍ଓଙ୍କ ଖରିଆଳ ସ୍ଥିତ ଅଫିସ୍ ଓ ଭୁବନେଶ୍ୱର ଗୌରୀନଗର ବାସ ଭବନରେ ଆୟକର ବିଭାଗ ଚଢ଼ାଉ କରିଥିଲା।
ବିମୁଦ୍ରାକରଣ ପରେ ଶରତ ବିଭିନ୍ନ ଆକାଉଣ୍ଟରେ କୋଟିଏରୁ ଅଧିକ ଟଙ୍କା ଜମା କରିଥିଲେ। ମାତ୍ର ଚଳିତବର୍ଷ ଆୟକର ଫାଇଲ କରିନଥିଲେ। ଏତେ ପରିମାଣର ଅର୍ଥ କେଉଁଠୁ ଆସିଲା, କାହିଁକି ରିଟର୍ଣ୍ଣ ଫାଇଲ କରିନାହାନ୍ତି ଓ ଦୁଇଟି ପାନ୍କାର୍ଡ଼ କିପରି ଆସିଲା ସେନେଇ ଆୟକର ବିଭାଗ ତଦନ୍ତ ଆରମ୍ଭ କରିଛି।