ଓଡ଼ିଶା ଏନ୍‌ଭିରନ୍‌ମେଣ୍ଟ କଂଗ୍ରେସର ୱେବ୍‌ସାଇଟ୍ ହ୍ୟାକ୍ ଅଭିଯୋଗ

ଭୁବନେଶ୍ୱର: ପୁଣି ଏକ ୱେବସାଇଟ୍ ହ୍ୟାକ୍ ହୋଇଥିବା ନେଇ ଶୁକ୍ରବାର ଅଭିଯୋଗ ହୋଇଛି। ଓଡ଼ିଶା ଏନ୍‌ଭିରନ୍‌ମେଣ୍ଟ କଂଗ୍ରେସ ନାମକ ଏକ ବେସରକାରୀ ସଂସ୍ଥାର ୱେବସାଇଟ୍‌କୁ ଅଧା ଘଣ୍ଟା ପାଇଁ ହ୍ୟାକ୍ କରାଯାଇଥିବା ନେଇ ଚନ୍ଦ୍ରଶେଖରପୁର ଥାନାରେ ଅଭିଯୋଗ ହୋଇଛି। ସଂସ୍ଥା ପକ୍ଷରୁ କୁହାଯାଇଛି ଯେ ହ୍ୟାକ୍ ଅବଧି ମଧ୍ୟରେ ୱେବସାଇଟ୍‌ରେ ପାକିସ୍ତାନ ଜିନ୍ଦାବାଦ ଲେଖାଯାଇଥିବା ଦେଖିବାକୁ ମିଳିଥିଲା। ଏହା ସହିତ ପାକିସ୍ତାନର ଜାତୀୟ ପତାକା ମଧ୍ୟ ଦେଖାଯାଇଥିଲା। ଓଡ଼ିଶାରେ ୱେବସାଇଟ୍ ହ୍ୟାକ୍ ହେବ କିଛି ନୂଆ କଥା […]

ppp

ppp

Rakesh Mallick
  • Published: Friday, 04 March 2016
  • Updated: 04 March 2016, 05:44 PM IST

Sports

Latest News

ଭୁବନେଶ୍ୱର: ପୁଣି ଏକ ୱେବସାଇଟ୍ ହ୍ୟାକ୍ ହୋଇଥିବା ନେଇ ଶୁକ୍ରବାର ଅଭିଯୋଗ ହୋଇଛି। ଓଡ଼ିଶା ଏନ୍‌ଭିରନ୍‌ମେଣ୍ଟ କଂଗ୍ରେସ ନାମକ ଏକ ବେସରକାରୀ ସଂସ୍ଥାର ୱେବସାଇଟ୍‌କୁ ଅଧା ଘଣ୍ଟା ପାଇଁ ହ୍ୟାକ୍ କରାଯାଇଥିବା ନେଇ ଚନ୍ଦ୍ରଶେଖରପୁର ଥାନାରେ ଅଭିଯୋଗ ହୋଇଛି। ସଂସ୍ଥା ପକ୍ଷରୁ କୁହାଯାଇଛି ଯେ ହ୍ୟାକ୍ ଅବଧି ମଧ୍ୟରେ ୱେବସାଇଟ୍‌ରେ ପାକିସ୍ତାନ ଜିନ୍ଦାବାଦ ଲେଖାଯାଇଥିବା ଦେଖିବାକୁ ମିଳିଥିଲା। ଏହା ସହିତ ପାକିସ୍ତାନର ଜାତୀୟ ପତାକା ମଧ୍ୟ ଦେଖାଯାଇଥିଲା।

ଓଡ଼ିଶାରେ ୱେବସାଇଟ୍ ହ୍ୟାକ୍ ହେବ କିଛି ନୂଆ କଥା ନୁହେଁ। ଏଇ କିଛି ମାସ ଏହାକୁ ମିଶାଇ ଚାରୋଟି ୱେବସାଇଟ୍ ହ୍ୟାକ୍ ହୋଇଥିବା ନେଇ ଅଭିଯୋଗ ହୋଇସାରିଲାଣି। ଗତ ଫେବୃଆରୀ ୨୨ ତାରିଖରେ  କେନ୍ଦ୍ରାପଡ଼ା ଜିଲ୍ଲାର ମହାକାଳପଡ଼ା ସ୍ଥିତ ଶ୍ରୀ ଶ୍ରୀ ବାୟା ବାବା କଲେଜ୍‌ର ୱେବ୍‌ସାଇଟ୍ ହ୍ୟାକ୍ କରାଯାଇଥିବା ନେଇ ଅଭିଯୋଗ ହୋଇଥିଲା। ଏ ନେଇ କଲେଜ୍ କର୍ତ୍ତୃପକ୍ଷ ଥାନାରେ ଏତଲା ଦେଇଥିଲେ। ଏହି ୱେବ୍‌ସାଇଟ୍ ହ୍ୟାକ୍‌ କରିଥିବା ହ୍ୟାକ୍‌ର ନିଜକୁ ନାଇଟ୍ରୋ ଜି ଥ୍ରୀ ଏନ୍‌ ବୋଲି ଦର୍ଶାଇଥିଲା। ହ୍ୟାକ୍‌ର ଭାରତୀୟ ସେନା ବିରୋଧରେ କିଛି ମନ୍ତବ୍ୟ ଦେଇଥିଲେ। କାଶ୍ମୀରରେ ଭାରତୀୟ ସେନା ନିରୀହ ଲୋକଙ୍କୁ ହତ୍ୟା କରୁଥିବା ଏଥିରେ ଉଲ୍ଲେଖ ରହିଥିଲା। ଭାରତ ତା’ର ପ୍ରିୟ କାଶ୍ମୀରକୁ ହରାଇବ ବୋଲି ମଧ୍ୟ ଏଥିରେ ଲେଖାଯାଇଥିଲା।

ଏହା ପୂର୍ବରୁ ଗଞ୍ଜାମ ଜିଲ୍ଲା ପରିବହନ କାର୍ଯ୍ୟାଳୟ ଓ ଭୁବନେଶ୍ୱର ସ୍ଥିତ ଓୟୁଏଟିର ୱେବ୍‌ସାଇଟ୍ ହ୍ୟାକିଂ ଅଭିଯୋଗ ଆସିଥିଲା।

 

 

 

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos