ପାରାଦୀପ: ଜଗତସିଂହପୁର ଜିଲ୍ଲା ରଘୁନାଥପୁର ଗଡ଼ମା ବଜାର ନିକଟରୁ ଗତକାଲି ବିଳମ୍ବିତ ରାତିରେ ୬ ଜଣଙ୍କଠାରୁ ଲୁଟ୍ ହୋଇଥିବା ଅଭିଯୋଗ ହୋଇଛି।
ପାରାଦୀପ ଅଞ୍ଚଳର ଏହି ଲୋକମାନେ ଗତକାଲି କଟକରୁ ଫେରୁଥିବା ବେଳେ ଗଡ଼ମା ଛକ ନିକଟରେ ଏକ ଲୁଟେରା ଗ୍ୟାଙ୍ଗ ସେମାନଙ୍କୁ ଆକ୍ରମଣ କରି ଟଙ୍କା, ସୁନାଗହଣା ଏବଂ ମୋବାଇଲ୍ ଫୋନ୍ ଲୁଟି ନେଇଥିବା ଅଭିଯୋଗ ହୋଇଛି। ଲୁଟେରାଙ୍କ ଆକ୍ରମଣରେ ୩ ଜଣ ଆହତ ହୋଇଛନ୍ତି।
ମିଳିଥିବା ସୂଚନା ଅନୁଯାୟୀ, ଗତକାଲି ବିଳମ୍ବିତ ରାତିରେ ଦୁଇ ଜଣ ବ୍ୟକ୍ତି କାର୍ରେ କଟକରୁ ଫେରୁଥିବା ବେଳେ ବାଇକ୍ରେ ସବାର ହୋଇଥିବା ୩ ଜଣ ଦୁର୍ବୃତ୍ତ ସେମାନଙ୍କୁ ଗଡ଼ମା ବଜାର ନିକଟରେ ଅଟକାଇ ଥିଲେ। ସେମାନେ ବନ୍ଧୁକ ଓ ଭୁଜାଲିରେ ସେମାନଙ୍କୁ ଆକ୍ରମଣ କରି ଲୁଟ୍ପାଟ୍ କରୁଥିବା ବେଳେ ଆଉ ଏକ କାର୍ ସେଠାରେ ପହଞ୍ଚିଥିଲା। ସେହି କାର୍ରେ ଡ୍ରାଇଭରକୁ ମିଶାଇ ୪ ଜଣ ଥିଲେ। ସେମାନେ କିଛି ବୁଝିବା ଆଗରୁ ଦୁର୍ବୃତ୍ତମାନେ ସେମାନଙ୍କୁ ମଧ୍ୟ ଆକ୍ରମଣ କରି ଥିଲେ ଓ ସେମାନଙ୍କଠାରୁ ଟଙ୍କା, ସୁନାଗହଣା ଓ ମୋବାଇଲ୍ ଆଦି ଲୁଟି ନେଇଥିଲେ।
ପୋଲିସ୍ ଘଟଣାର ତଦନ୍ତ କରୁଛି।