କଟକ: ୨୦୧୩ ମସିହା କଟକ ପ୍ରେସଛକ ବୋମାମାଡ଼ ଓ ଆଇନ୍ଜୀବୀଙ୍କୁ ହତ୍ୟା ଉଦ୍ୟମ ଘଟଣାରେ ଶିଳ୍ପପତି ମହିମା ମିଶ୍ର ହାଇକୋର୍ଟରେ ଜାମିନ୍ ଆବେଦନ କରିଛନ୍ତି। ଗତକାଲି କଟକ ଜିଲ୍ଲା ଜଜ ଏହି ମାମଲାରେ ମହିମାଙ୍କ ଜାମିନ ଆବେଦନ ଖାରଜ କରିବା ପରେ ସେ ଆଜି ହାଇକୋର୍ଟଙ୍କ ଦ୍ୱାରସ୍ଥ ହୋଇଛନ୍ତି।
ଘଟଣାର ୪ ବର୍ଷ ପରେ ସହ ଅଭିଯୁକ୍ତଙ୍କ ବୟାନ ଅନୁଯାୟୀ ତାଙ୍କୁ ଗିରଫ କରିବା ବେଆଇନ୍ ଦର୍ଶାଇ ହାଇକୋର୍ଟଙ୍କୁ ଜାମନ ଲାଗି ପ୍ରାର୍ଥନା କରିଛନ୍ତି ମହିମା। ଏହା ପୂର୍ବରୁ ଏହି ମାମଲାକୁ ରଦ୍ଦ କରିବା ଲାଗି ମହିମା କରିଥିବା ଆବେଦନ ହାଇକୋର୍ଟରେ ବିଚାରାଧୀନ ଅଛି। ସେହିପରି ପାରାଦୀପ ସିୱେଜ୍ ଜିଏମ୍ ହତ୍ୟା ମାମଲାରେ ମଧ୍ୟ ମହିମାଙ୍କ ଜାମିନ ଆବେଦନ ହାଇକୋର୍ଟରେ ବିଚାରାଧୀନ ରହିଛି।