ପୁଣି ରେଭେନ୍ସା ଅଶାନ୍ତ: ସାଇକୋଲୋଜି ବିଭାଗ ନିକଟରେ ବୋମାମାଡ

କଟକ: ପୁଣି ଅଶାନ୍ତ ହୋଇଛି ରେଭେନ୍ସା କ୍ୟାମ୍ପସ । ଆଜି ସନ୍ଧ୍ୟାରେ ସାଇକୋଲୋଜି ବିଭାଗ ନିକଟରେ ବୋମାମାଡ଼ ହୋଇଥିବା ଅଭିଯୋଗ ହୋଇଛି। ଏଥିରେ ବିଭାଗରେ ଲାଗିଥିବା ଏକ ଏସି କ୍ଷତିଗ୍ରସ୍ତ ହୋଇଛି। ତେବେ ବୋମା ମାଡର କାରଣ ସ୍ପଷ୍ଟ ହୋଇନାହିଁ । ଆଗକୁ ଛାତ୍ର ସଂସଦ ନିର୍ବାଚନ ଥିବାରୁ ବୋମାମାଡ଼ ହୋଇଥିବା ଅନୁମାନ କରାଯାଉଛି। ୨ଦିନ ତଳେ ଗଣେଶ ବିସର୍ଜନକୁ ନେଇ ଦୁଇ ଛାତ୍ର ଗୋଷ୍ଠୀ ମଧ୍ୟରେ ଗଣ୍ଡଗୋଳ ହେବା ସହ କୁଳପତିଙ୍କ କାର୍ ଭଙ୍ଗ।ରୁଜା ହୋଇଥିଲା।