ପୁରୀ: ୨ ନକଲି ପୋଲିସ ଗିରଫ

ପୁରୀ: ପୁରୀରେ ୨ ଜଣ ନକଲି ପୋଲିସକୁ ଗିରଫ କରାଯାଇଛି। ବେଳାଭୂମିରେ ଗାଡି ପାର୍କିଂ କରୁଥିବା ପର୍ଯ୍ୟଟକଙ୍କଠାରୁ ଟଙ୍କା ଆଦାୟ କରୁଥିବାବେଳେ ସେମାନଙ୍କୁ ସି-ବିଚ୍ ପୋଲିସ ଗିରଫ କରିଛି। ସେମାନଙ୍କ ମଧ୍ୟରେ ଜଣେ ମହିଳା ଓ ଜଣେ ଯୁବକ ଅଛନ୍ତି। ମହିଳ ଜଣଙ୍କ ଅସ୍ତରଙ୍ଗ ବ୍ଳକର ଅପରାଜିତା ବେହେରା ଏବଂ ଅନ୍ୟ ଜଣେ ବ୍ରହ୍ମଗରି ଅଞ୍ଚଳର ବାବୁନା ବେହେରା ବୋଲି ଜଣାପଡିଛି। ଏମାନଙ୍କର ଏକ ଗ୍ୟାଙ୍ଗ ରହିଥିବା ପୋଲିସ ସୁରାକ ପାଇଛି। ଏବେ ବି ମାଷ୍ଟରମାଇଣ୍ଡକୁ ଧରିବା […]

vlcsnap-2015-08-19-09h06m42s208

Rakesh Mallick
  • Published: Wednesday, 19 August 2015
  • , Updated: 19 August 2015, 03:35 AM IST

ପୁରୀ: ପୁରୀରେ ୨ ଜଣ ନକଲି ପୋଲିସକୁ ଗିରଫ କରାଯାଇଛି। ବେଳାଭୂମିରେ ଗାଡି ପାର୍କିଂ କରୁଥିବା ପର୍ଯ୍ୟଟକଙ୍କଠାରୁ ଟଙ୍କା ଆଦାୟ କରୁଥିବାବେଳେ ସେମାନଙ୍କୁ ସି-ବିଚ୍ ପୋଲିସ ଗିରଫ କରିଛି। ସେମାନଙ୍କ ମଧ୍ୟରେ ଜଣେ ମହିଳା ଓ ଜଣେ ଯୁବକ ଅଛନ୍ତି। ମହିଳ ଜଣଙ୍କ ଅସ୍ତରଙ୍ଗ ବ୍ଳକର ଅପରାଜିତା ବେହେରା ଏବଂ ଅନ୍ୟ ଜଣେ ବ୍ରହ୍ମଗରି ଅଞ୍ଚଳର ବାବୁନା ବେହେରା ବୋଲି ଜଣାପଡିଛି। ଏମାନଙ୍କର ଏକ ଗ୍ୟାଙ୍ଗ ରହିଥିବା ପୋଲିସ ସୁରାକ ପାଇଛି। ଏବେ ବି ମାଷ୍ଟରମାଇଣ୍ଡକୁ ଧରିବା ପାଇଁ ଉଦ୍ୟମ ଜାରି ରହିଥିବା କହିଛନ୍ତି ଅତିରିକ୍ତ ଆରକ୍ଷୀ ଅଧୀକ୍ଷକ।

Related story