ପିଲା ଚୋରି ଅଭିଯୋଗରେ ନିସ୍ତୁକ ମାଡ଼: କ’ଣ ହେଲା ଅବସ୍ଥା ପଢନ୍ତୁ ରିପୋର୍ଟ

ରାଇରଙ୍ଗପୁର: ପିଲା ଚୋରି ଅଭିଯୋଗରେ ଜଣେ ବ୍ୟକ୍ତି ଉପରେ ହୋଇଛି ନିସ୍ତୁକ ମାଡ। ଏ ଘଟଣା ଘଟିଛି ମୟୂରଭଞ୍ଜ ଜିଲ୍ଲା ବିଜତଳା ଗାଁରେ। ଗତକାଲି ବିଳମ୍ବିତ ରାତିରେ ଏହି ଘଟଣା ଘଟିଛି। ଜଣେ ଅଜଣା ବ୍ୟକ୍ତିକୁ ପିଲା ଚୋରି କରୁଥିବା ସନ୍ଦେହରେ ଗାଁ ଲୋକେ ଧରିବା ସହ ମାଡ ମାରିଛନ୍ତି। ଖବର ପାଇ ଗ୍ରାମାଞ୍ଚଳ ଥାନା ପୋଲିସ ଘଟଣାସ୍ଥଳରେ ପହଞ୍ଚି ଘଟଣାର ତଦନ୍ତ ଆରମ୍ଭ କରିଛି। ଆହତ ବ୍ୟକ୍ତି ଜଣଙ୍କୁ ରାଇରଙ୍ଗପୁର ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି। ସେ […]

rairangpur

Rakesh Mallick
  • Published: Thursday, 01 June 2017
  • , Updated: 01 June 2017, 03:17 PM IST

ରାଇରଙ୍ଗପୁର: ପିଲା ଚୋରି ଅଭିଯୋଗରେ ଜଣେ ବ୍ୟକ୍ତି ଉପରେ ହୋଇଛି ନିସ୍ତୁକ ମାଡ। ଏ ଘଟଣା ଘଟିଛି ମୟୂରଭଞ୍ଜ ଜିଲ୍ଲା ବିଜତଳା ଗାଁରେ। ଗତକାଲି ବିଳମ୍ବିତ ରାତିରେ ଏହି ଘଟଣା ଘଟିଛି।

ଜଣେ ଅଜଣା ବ୍ୟକ୍ତିକୁ ପିଲା ଚୋରି କରୁଥିବା ସନ୍ଦେହରେ ଗାଁ ଲୋକେ ଧରିବା ସହ ମାଡ ମାରିଛନ୍ତି। ଖବର ପାଇ ଗ୍ରାମାଞ୍ଚଳ ଥାନା ପୋଲିସ ଘଟଣାସ୍ଥଳରେ ପହଞ୍ଚି ଘଟଣାର ତଦନ୍ତ ଆରମ୍ଭ କରିଛି। ଆହତ ବ୍ୟକ୍ତି ଜଣଙ୍କୁ ରାଇରଙ୍ଗପୁର ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି। ସେ କଟକ ଅଞ୍ଚଳର ବୋଲି ଜଣାପ଼ଡିଛି।

Related story